ଜିଲ୍ଲାପାଳଙ୍କ ଅଫିସ ଆଗରେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ବିକ୍ଷୋଭ

ଦେବଗଡ,୨୩/୧୨:   ବିଭିନ୍ନ ଦାବି ନେଇ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଗୁରୁବାର ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘ ପକ୍ଷରୁ ଦିଆଯାଇଥିବା ଦାବି ପତ୍ର ଅନୁଯାୟୀ  କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଜିଏସଟି ମୁଖ୍ୟ ସମସ୍ୟା ହୋଇଛି । ଏଣୁ କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଏହାଛଡା କେନ୍ଦୁପତ୍ର ତୋଳାଳି ହିତାଧିକାରୀ ହେବା ପାଇଁ ମାପଦଣ୍ଡ  କୋହଳ, କେନ୍ଦୁପତ୍ର ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ସହାୟତା ପ୍ରଦାନ, କେନ୍ଦୁପତ୍ର ସଂସ୍ଥାର ଉନ୍ନତି ପାଇଁ ଦୁଇ ଶହ କୋଟି ଟଙ୍କାର ରିଭଲଭିଂ ଫଣ୍ଡ୍ ଦିଆଯିବା, ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ଗୋପାଳଜୀଉ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି, ରାଜ୍ୟ ସଂପାଦକ ମହମ୍ମଦ ମୁର୍ତ୍ତୁଜା, ସଂଜିତ ମହାନ୍ତି, ଉପ ସଭାପତି ଗୋକୁଳ ମେହେରଙ୍କ ସମେତ ଶତାଧିକ କେନ୍ଦୁପତ୍ର ଶ୍ରମିକ ଯୋଗଦେଇଥିଲେ।

Spread the love