ଜ୍ୟାକଲିନ୍-ନୋରାଙ୍କୁ ସୁକେଶ ଦେଇଥିବା ଉପହାରକୁ ସିଜ୍ କରିବ ଇଡି

ନୂଆଦିଲ୍ଲୀ ୨୩/୧୨: ସୁକେଶ ଚନ୍ଦ୍ରଶେଖର, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୋରା ଫତେହିଙ୍କ ମନି ଲଣ୍ଡରିଂ ମାମଲାରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ଇଡି ଏସବୁକୁ ଅତି କଠୋର ଭାବେ ଯାଞ୍ଚ କରୁଛି। ଉଭୟ ଜ୍ୟାକଲିନ ଏବଂ ନୋରା ସୁକେଶଙ୍କଠାରୁ ଉପହାର ଗ୍ରହଣ କରିଥିବା ସ୍ୱିକାର କରିଛନ୍ତି। କେବଳ ଏତିକି ନୁହେଁ, ଉଭୟ ଅଭିନେତ୍ରୀ ମଧ୍ୟ ଇଡି ପାଇଁ ସୁକେଶଙ୍କ ବିରୋଧରେ ସାକ୍ଷୀ ଦେବାକୁ ରାଜି ହୋଇଯାଇଛନ୍ତି। ବର୍ତ୍ତମାନ ଏହି ମାମଲା ସମ୍ବନ୍ଧୀୟ ଏକ ସୂଚନା ସାମ୍ନାକୁ ଆସିଛି। ଏହି ଦୁଇ ଅଭିନେତ୍ରୀଙ୍କ ଠାରୁ ସୁକେଶ ଦେଇଥିବା ମୂଲ୍ୟବାନ ଉପହାରକୁ ଇଡି ଜବତ କରିବ।

ପଚରାଉଚରା ବେଳେ ନୋରା ଫତେହି କହିଛନ୍ତି, ସୁକେଶ ଚନ୍ଦ୍ରଶେଖରଙ୍କ ଦ୍ୱାରା ଦିଆଯାଇଥିବା ଉପହାର ବିଏମଡବ୍ଲୁ କାରକୁ ଜବତ କରିବା ପାଇଁ ଇଡି ପ୍ରସ୍ତୁତ ଅଛି। ସୂତ୍ର କହିଛି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି ଏବଂ ସେ ମଧ୍ୟ ଇଡିଙ୍କୁ ଏହା କରିବାକୁ କହିଛନ୍ତି। ଅଭିନେତ୍ରୀ କହିଛନ୍ତି ସୁକେଶଙ୍କ ବ୍ୟାକଗ୍ରାଉଣ୍ଡ ସେ ଜାଣନ୍ତି ନାହାଁନ୍ତି ଏବଂ ସୁକେଶ ଦେଇଥିବା ଉପହାରକୁ ଜବତ କରିବା ପ୍ରକ୍ରିୟାରେ ଇଡିକୁ ସହଯୋଗ କରିବାକୁ ସେ ପ୍ରସ୍ତୁତ ଅଛନ୍ତି।

Spread the love