ମୁସଲିମ୍ ପୁଅକୁ ବିବାହ କରିବାକୁ ଚାହୁଁ ନାହାଁନ୍ତି ଉର୍ଫି ଜାଭେଦ୍, କହିଲେ କାରଣ

ନୂଆଦିଲ୍ଲୀ ୨୩/୧୨: ‘ବିଗ୍ ବସ୍ OTT’ ଫେମ୍ ଉର୍ଫି ଜାଭେଦ୍ ତାଙ୍କ ଫ୍ୟାଶନ୍ ସେନ୍ସକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ପସନ୍ଦ କରୁଥିବାବେଳେ ଅନେକ ଥର ସେ ତାଙ୍କ ଡ୍ରେସ୍ ହେତୁ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସନ୍ତି। ବର୍ତ୍ତମାନ ଉର୍ଫି ତାଙ୍କ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି କୌଣସି ମୁସଲମାନ ପୁଅକୁ ବିବାହ କରିବେ ନାହିଁ।

ଉର୍ଫି କହିଛନ୍ତି, ଯେତେବେଳେ ସେ ବୋଲ୍ଡ ଲୁକରେ ନଜର ଆସନ୍ତି, ସେତେବେଳେ ତାଙ୍କ ସମାଜ ତାଙ୍କୁ ଅସ୍ୱିକାର କରିଥାଏ। କାରଣ ଇଣ୍ଡଷ୍ଟ୍ରିରେ ତାଙ୍କର କୌଣସି ଗଡଫାଦର ନାହାଁନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଜଣେ ମୁସଲମାନ। ଏକ ଇଣ୍ଟରଭ୍ୟୁରେ ଉର୍ଫି କହିଛନ୍ତି, ‘ମୁଁ ଜଣେ ମୁସଲମାନ ଝିଅ। ଯେତେବେଳେ ବି ଲୋକମାନେ ସୋସିଆଲ ମିଡିଆରେ ମୋ ଉପରେ ଖରାପ ମନ୍ତବ୍ୟ ଦିଅନ୍ତି, ସେଥିମଧ୍ୟରୁ ପ୍ରାୟତଃ ମୁସଲମାନ ଲୋକ। ସେହି ଲୋକମାନେ ଭାବନ୍ତି ଯେ ମୁଁ ଇସଲାମର ଭାବମୂର୍ତ୍ତିକୁ ଅପମାନିତ କରୁଛି। ସେମାନେ ମୋତେ ଘୃଣା କରନ୍ତି କାରଣ ମୁସଲମାନ ପୁରୁଷମାନେ ଚାହାଁନ୍ତି ଯେ ସେମାନଙ୍କର ମହିଳାମାନେ ଏକ ନିର୍ଦ୍ଦିଷ୍ଟ ଆଚରଣ କରିବା ଉଚିତ୍।’

ଉର୍ଫି ଆହୁରି କହିଛନ୍ତି, ‘ସେମାନେ ସମ୍ପ୍ରଦାୟର ସମସ୍ତ ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ଏବଂ ସେଥିପାଇଁ ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ। ମୋତେ ଟ୍ରୋଲ କରିବାର ସବୁଠାରୁ ବଡ କାରଣ ହେଉଛି, ମୁଁ ସେହି ପ୍ରକାର ବ୍ୟବହାର କରେ ନାହିଁ, ଯେପରି ସେମାନେ ଧର୍ମ ଅନୁସାରେ ମୋଠାରୁ ଆଶା କରନ୍ତି।’ଯେତେବେଳେ ଉର୍ଫିଙ୍କୁ ପଚରାଗଲା କି ସେ ନିଜ ସମ୍ପ୍ରଦାୟର ବାହାରେ କାହାକୁ ବିବାହ କରିବେ କି? ଉର୍ଫି କହିଛନ୍ତି, ‘ମୁଁ କୌଣସି ମୁସଲମାନ ପୁଅକୁ ବିବାହ କରିବି ନାହିଁ। ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ ଏବଂ ମୁଁ କୌଣସି ଧର୍ମ ଅନୁସରଣ କରେ ନାହିଁ, ତେଣୁ ମୁଁ ଯାହାକୁ ଚାହିଁବି ତାଙ୍କୁ ବିବାହ କରିବି।’

Spread the love