ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୪/୧୨: ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍‌ଣ ୫ଟା ୩୦ ମିନିଟରେ ଏହି ବୈଠକ ହେବ । ବୈଠକରେ ୧୦ରୁ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଅନୁଦାନପ୍ରାପ୍ତ କଲେଜ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଦରମାଭୁକ୍ତ କରିବାକୁ ଅନୁମୋଦନ ମିଳିପାରେ । ସେହିପରି ଭେଟରିନାରୀ କ୍ୟାଡର ପୁନର୍ଗଠନକୁ କ୍ୟାବିନେଟ୍‌ ମଂଜୁରି ମିଳିପାରେ ।

Spread the love