କୋଭିଡ କଟକଣାକୁ ଫୁ କଲେ ରେଭେନସାର ଛାତ୍ରଛାତ୍ରୀ ଓ ଅଧ୍ୟାପକ

କଟକ ୨୪/୧୨: କଟକ ରେଭେନସା ବିଶ୍ବବିଦ୍ୟାଳୟରେ ଆନୁଆଲ ଆଥଲେଟିକ ମିଟ୍ ବେଳେ ଛାତ୍ରଛାତ୍ରୀଙ୍କ ପ୍ରବଳ ଭିଡ଼ ଏବଂ ସେମାନଙ୍କ ମଉଜ ମସ୍ତି ଭିଜୁଆଲ ଭାଇରାଲ ହେବାରେ ଲାଗିଛି। ରେଭେନସା ବିଶ୍ବବିଦ୍ୟାଳୟର ୧୫ ତମ ଆନୁଆଲ୍ ଆଥଲେଟିକ୍ ମିଟ୍ ସରିବା ପରେ ଏଭଳି ନାଚ ଗୀତ ହୋଇଥିଲା । ଯେଉଁ ସମୟରେ ଉପସ୍ଥିତ ଥିଲେ ରେଭେନ୍ସା ପ୍ରଫେସର, ଲେକଚର ଓ ଅନ୍ୟମାନେ ।

ତେବେ ଏହା ସଂପୂର୍ଣ୍ଣ ରୂପେ କଲେଜ କ୍ୟାମ୍ପସରେ ହୋଇଥିବାରୁ ସାଧରଣକୁ ନଜର ଆସି ନ ଥିଲା କି ପୋଲିସ ନଜରକୁ ଆସିନଥିଲା। ନାଚ ଗୀତରେ ମସଗୁଲ୍ ଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରୁ କାହାରି ମୁହଁରେ ମାସ୍କ କି ସାମାଜିକ ଦୂରତା ନ ଥିଲା। ଯାହା ଭିଡିଓ ରୁ ସ୍ପଷ୍ଟ ଜଣାପଡୁଛି। ଅନ୍ୟପଟେ କଟକରେ ଜଣେ ଓମିକ୍ରନ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ମାସ୍କ ସାମାଜିକ ଦୂରତା ନେଇ ସଚେତନ ରହିବାକୁ କୁହାଯାଉଛି।

ଏସବୁ କଟକଣା ଭିତରେ ଏଭଳି କାର୍ଯ୍ୟକ୍ରମ କେମିତି ସମ୍ଭବ ହେଲା ସେନେଇ ପ୍ରଶ୍ନ ଉଠିଛି। କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେବି ସହରରେ ଅଧିକ ଗହଳି କରି ସଭା ସମିତି କାର୍ଯ୍ୟକ୍ରମ ଆୟୋଜନ ଉପରେ କଡ଼ା କଟକଣା ରହିଛି.

Spread the love