ଯୁବପିଢ଼ିଙ୍କ ସାମର୍ଥ୍ୟର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଗଠନ ହେବ ଯୁଗ୍ମ ଟାସ୍କଫୋର୍ସ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଡ଼ିସେମ୍ବର ୨୩ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ବାହାରିନର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ଏମେନ୍ ଟୋଫିକ୍ ଆଲମଏଡଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି। ଆଲୋଚନାରୁ ଜଣାପଡିଛି ଯେ ଦୁଇ ଦେଶର ବୃହତ ଯୁବ ଜନସଂଖ୍ୟାର ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରିବା ପାଇଁ ଏକ ଯୁଗ୍ମ ଟାସ୍କଫୋର୍ସ ଗଠନ ହେବ । ଶିକ୍ଷା, ଉଦ୍ୟମିତା, ସ୍କିଲିଂ ଏବଂ ପୁନଃ ସ୍କିଲିଂରେ ପାରସ୍ପରିକ ଲକ୍ଷ୍ୟ ହାସଲ କରିବା ପାଇଁ ଉଭୟ ମନ୍ତ୍ରୀ ଏହି ଟାସ୍କଫୋର୍ସ ଗଠନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ସେହିପରି ଦକ୍ଷତା ଏବଂ ଉଦ୍ୟମିତା କ୍ଷେତ୍ରରେ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରାଯିବ । ପାରସ୍ପରିକ ସହଯୋଗରେ ଦୁଇ ଦେଶ ଶିକ୍ଷା, ରୋଜଗାର ଏବଂ ଦକ୍ଷତା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଏବଂ ଏକ ଜ୍ଞାନ ଆଧାରିତ ସମାଜ ଗଠନ ପାଇଁ ପ୍ରତିବଦ୍ଧ। ଶିକ୍ଷା ଏବଂ ସ୍କିଲ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜଭୁତ୍ କରିବା ଦିଗରେ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

Spread the love