ବଡଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୨୫/୧୨: ଆଜି ଶୁଭ ବଡଦିନ । ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସବୁଠି କରୋନା କଟକଣାରେ ନିରାଡମ୍ୱର ପାଳନ କରାଯାଉଛି । ଘରେ ରହି ସେଲିବ୍ରେସନ କରୁଛନ୍ତି ଭାରତବାସୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟରେ ଲେଖିଛନ୍ତି, “ସମସ୍ତଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା । ସେବା, ଦୟା ଏବଂ ନମ୍ରତା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ମହାନ ଶିକ୍ଷାକୁ ଆମେ ମନେ ରଖିଛୁ ।

Spread the love