ଜନ୍ମ ବାର୍ଷିକୀରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ ମୋଦି, ଖ୍ରୀଷ୍ଟମାସ ଅଭିନନ୍ଦନ ବି ଜଣାଇଲେ

ନୂଆଦିଲ୍ଲୀ ୨୫/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମ ବାର୍ଷିକୀରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିଛନ୍ତି । ସେ ତାଙ୍କ ଟୁଇଟରେ ଲେଖିଛନ୍ତି, ତାଙ୍କ ଜନ୍ମ ବାର୍ଷିକୀରେ ଅଟଳ ଜୀଙ୍କୁ କୋଟି କୋଟି ନମନ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆଜି ଖ୍ରୀଷ୍ଟମାସ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଜନ୍ମ ବାର୍ଷିକୀରେ ପଣ୍ଡିତ ମଦନ ମୋହନ ମାଲଭିଆଙ୍କୁ ମଧ୍ୟ ପ୍ରଣାମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ଜନ୍ମ ବାର୍ଷିକୀରେ ଅଟଳ ଜୀଙ୍କୁ ପ୍ରଣାମ । ଜାତି ପାଇଁ ତାଙ୍କର ସମୃଦ୍ଧ ସେବା ଦ୍ୱାରା ଆମେ ଅନୁପ୍ରାଣିତ । ଭାରତକୁ ଶକ୍ତିଶାଳୀ ଏବଂ ବିକଶିତ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ବିକାଶମୂଳକ ପଦକ୍ଷେପ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଭାବରେ ପ୍ରଭାବିତ କରିଥିଲା ।ଏଥି ସହିତ ପଣ୍ଡିତ ମଦନ ମୋହନ ମାଲଭିଆଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ସାମାଜିକ ସଂସ୍କାରକ ମହାମଣି ପଣ୍ଡିତ ମଦନ ମୋହନ ମାଲଭିଆ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।

Spread the love