୬୫ ବର୍ଷ ବୟସରେ ପାଦ ଦେଲେ ଏଭରଗ୍ରୀନ ଅଭିନେତା ଅନିଲ୍ କପୁର

ନୂଆଦିଲ୍ଲୀ ୨୫।୧୨ : ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଏଭର ଗ୍ରୀନ୍‌ ଅଭିନେତା ଭାବେ ବେଶ୍‌ ଜଣାଶୁଣା ଅନିଲ୍‌ କପୁର । ତାଙ୍କୁ ଦେଖିବା ପରେ କେହି ବିଶ୍ବାସ କରନ୍ତି ନାହିଁ କି ତାଙ୍କୁ ଏତେ ବୟସ ହେଲାଣି । ସେ ସବୁବେଳେ ଫିଟ୍‌ ରହିବାକୁ ପସନ୍ଦ କରନ୍ତି । ତାଙ୍କ ଷ୍ଟାଇଲକୁ ନେଇ ଇଣ୍ଡଷ୍ଟ୍ରୀରେ ବେଶ୍‌ ଚର୍ଚ୍ଚା । ‘ବୟସ କେବଳ ଏକ ସଂଖ୍ୟା’ ଏହା କହି ଅନିଲ କପୁର ସମ୍ପୂର୍ଣ୍ଣ ଫିଟ୍ ରହିଛନ୍ତି । ସୁପରଷ୍ଟାର ଅନିଲ କପୁର ବର୍ତ୍ତମାନ ୬୫ ବର୍ଷ ବୟସରେ ପାଦ ଦେଇଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ବିଶେଷ ଫଟୋ ମାଧ୍ୟମରେ ତାଙ୍କ ପରିବାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ତାଙ୍କୁ ଜନ୍ମ ଦିନର ଢେର ସାରା ଶୁଭେଚ୍ଛାର ସୁଅ ଛୁଟିଛି ।

ଅନୀଲ କପୁରଙ୍କ ଝିଅ ତଥା ଅଭିନେତ୍ରୀ ସୋନମ କପୁର କିଛି ପୁରୁଣା ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ସୁନ୍ଦର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବାର କିଛି ଘଣ୍ଟା ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଗୁଡିକ ସୋନମ କପୁର ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା, ପାପା! ତୁମର ସାହସ, ନମ୍ରତା ଏବଂ ମୋତେ ସବୁବେଳେ ପ୍ରେରଣା ଦିଏ । ତୁମ ପରି କେହି ନାହାଁନ୍ତି, ଏବଂ ମୁଁ ଜାଣେ ତୁମ ପରି ପିତା କେହି ହୋଇ ପାରିବେ ନାହିଁ । କିନ୍ତୁ ତୁମେ ମୋର ହୃଦୟ, ତେଣୁ ତୁମେ ସବୁବେଳେ ମୋ ସହିତ ଅଛ। ମୁଁ ତୁମକୁ ବହୁତ ଭଲ ପାଏ!  ଅନ୍ୟପଟେ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର ମଧ୍ୟ ବିବାହର ଏକ ଭାବପ୍ରବଣ ଫଟୋ ସେୟାର କରି ଲେଖିଛନ୍ତି, “ମୋର ପ୍ରିୟ ଆତ୍ମା ମୋ ପାପାଙ୍କୁ ଜନ୍ମଦିନର ଶୁଭେଚ୍ଛା।

ଏହ ବ୍ୟତୀତ ଅନିଲ କପୁରଙ୍କ ପତ୍ନୀ ସୁନୀତା କପୁର ତାଙ୍କୁ ସୁନ୍ଦର ଭାବେ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, “ଜୀବନରେ ସାମ୍ନା କରିବାକୁ ଆପଣଙ୍କ ପରି ସାଥୀ ଥିବା ଯୋଗୁଁ ଏହା ସବୁଠାରୁ ବଡ କଥା । ମୋର ଜୀବନ ସାଥୀ ଜନ୍ମଦିନର ଶୁଭେଚ୍ଛା , ​​ଆପଣଙ୍କ ପରି ଜଣେ ଚମତ୍କାର ବ୍ୟକ୍ତିଙ୍କ ସହ ପ୍ରେମ ଏବଂ ଭଲ ପିତାର ସହଭାଗୀତା ପାଇଁ କୃତଜ୍ଞ।

Spread the love