କପିଳାସ ସମେତ ୨୯ଟି ସ୍ଥାନରେ ୧୪୪ ଧାରା ଜାରି

ଢେଙ୍କାନାଳ ୨୫।୧୨: ଓମିକ୍ରନ ପାଇଁ ରାଜ୍ୟରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ସେଲିବ୍ରେସନ ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି । ଡିସେମ୍ବର ୨୫ରୁ ଜାନୁଆରୀ ୨  ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କୋଭିଡ୍ ସଂକ୍ରମଣ ଆଶଙ୍କାରେ କଡା କଟକଣା ଜାରି କରାଯାଇଛି ।

୨୫ରୁ ଆସନ୍ତା ୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳରେ ପିକନିକ, ସାଧାରଣ ଦର୍ଶନ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ କପିଳାସ, ମହିମାଗାଦି ସମେତ ୨୯ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଏହି ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି ।

Spread the love