ସଲମାନଙ୍କୁ କାମୁଡିଲା ସାପ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ସାପ କାମୁଡ଼ି ଦେଇଛି। ପାନଭେଲର ଫାର୍ମହାଉସରେ ଏହି ଘଟଣା ଘଟିଛି । ଡିସେମ୍ବର ୨୭ରେ ହେଉଛି ସଲମାନ ଖାନଙ୍କ ଜନ୍ମଦିନ। ଏଭଳି ପରିସ୍ଥିତିରେ ସଲମାନ ଖାନ ତାଙ୍କ ଭଲ ଦିନ ପୂର୍ବ ଏହି ସବୁ ହୋଇଯିବା ବହୁତ କଷ୍ଟକର । ହେଲେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ସଲମାନ ପରିବାର ଏବଂ ସାଙ୍ଗମାନଙ୍କ ସହିତ ତାଙ୍କ ଫାର୍ମ ହାଉସରେ ପହଞ୍ଚିଥିଲେ । ସେହି ସମୟରେ ଏହି ସବୁ ହୋଇଥିଲା ।

ତେବେ ଗଣମାଧ୍ୟମ ସୂଚନା ଅନୁଯାୟୀ ସଲମାନ ଖାନଙ୍କୁ ତାଙ୍କ ପାନଭେଲ ଫାର୍ମ ହାଉସରେ ବିଳମ୍ବିତ ରାତିରେ ସାପ କାମୁଡ଼ି ଦେଇଛି। ସେଥିପାଇଁ ସଲମାନ ଖାନଙ୍କୁ ତୁରନ୍ତ ମୁମ୍ବାଇର ସ୍ଥିତ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ସହ ଏକ ରେଷ୍ଟ ନେବାକୁ କୁହାଯାଇଛି । ସେ ବର୍ତ୍ତମାନ ନିଜ ଫାର୍ମ ହାଉସକୁ ଫେରି ଆସିଛନ୍ତି । କୁହାଯାଉଛି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ସେ ବିପଦମୁକ୍ତ ଅଛନ୍ତି। ଏହି ଖବର ପରେ ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ତେବେ ସଲମାନଙ୍କ ଫାର୍ମ ହାଉସ ଚାରିପାଖରେ ଅନେକ ଗଛ ରହିଛି । ସେହି ଫାର୍ମ ହାଉସଟି ପାହାଡ ଦ୍ୱାରା ଘେରି ରହିଛି, ଏହି କାରଣରୁ ବିପଦ ଘଟିଛି ବୋଲି କୁହାଯାଉଛି ।

 

Spread the love