ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୪ ବର୍ଷ ଜେଲ୍

କଟକ ୨୭।୧୨: ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ କୋର୍ଟ । ଜରିମାନା ଅନାଦେୟ ଅଧିକ ୬ମାସ ଜେଲ୍‌ ଦଣ୍ଡ ମିଳିବ । ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତ ।

ଖବର ଅନୁଯାୟୀ,  ୨୦୧୫ ମସିହା ଜୁନ ୨୭ରେ କଟକ ଚୌଦ୍ୱାର ଅଞ୍ଚଳରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ଜଣେ ୧୪ ବର୍ଷୀୟ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ପରେ ମୁଖ୍ୟ ଅଭିଯୁକ୍ତ ଭାବେ ଚାନା ଓରଫ ସୁରେନ୍ଦ୍ର ପିଙ୍ଗୁଆ ଗିରଫ କରାଯାଇଥିଲା । ଏବେ ପ୍ରାୟ ୬ ବର୍ଷ ପରେ ରାୟ ଶୁଣାଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତ । ଆସାମୀକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ମାସ ଜେଲ୍‌ ଦଣ୍ଡ ମିଳିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ଦିଆଯିବ ।

Spread the love