ଶିକ୍ଷକଙ୍କୁ କ୍ଲାସ୍‌ରୁମ୍‌ରେ ମୋବାଇଲ୍‌ ମନା, ଆଦେଶ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର, ୨୭/୧୨: କ୍ଲାସ୍‌ରୁମ୍‌ରେ ଶିକ୍ଷକଙ୍କୁ ମୋବାଇଲ୍‌ ମନା । ପଠପଢ଼ାଉ ଥିବା ବେଳେ ଶିକ୍ଷକ ଚଲାଇପାରିବେନାହିଁ ମୋବାଇଲ୍‌ । ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ  । ମୋବାଇଲ ଆଣି ଶିକ୍ଷକମାନେ ପାଠପଢାରେ ମନ ଦେଉନାହାନ୍ତି । ଅଧିକ ସମୟ ମୋବାଇଲ ବ୍ୟବହାର କରୁଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ ଏପରି ନିଷ୍ପତ୍ତି ନିଆଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି  | ତେବେ ଏହି ଆଦେଶକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି  |

Spread the love