କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

କଟକ, ୨୮|୧୨ : କଟକକୁ ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା । ରାଉସାପାଟଣା ଗୋପବନ୍ଧୁ ବିହାରର ଗୋଟିଏ ପରିବାରରେ ୬ଜଣ ପଜିଟିଭ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ପରେ ବିଲ୍ଡିଂକୁ ନଯିବାକୁ ପରାମର୍ଶ ଦେଇଛି ପ୍ରଶାସନ ।

କଣ୍ଟେନମେଣ୍ଟ ଅଞ୍ଚଳରେ ବାହାର ଲୋକଙ୍କ ଯାଆସ ଉପରେ କଟକଣା ଲଗାଯାଇଛି । ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବାକୁ ବ୍ୟବସ୍ଥା ହୋଇଛି । କଟକ ଭଳି ଜନଗହଳି ପୂର୍ଣ୍ଣ ସହଜରେ କରୋନା ସଂକ୍ରମଣ ବ୍ୟାପିବା ନିଶ୍ଚିତ ଭାବେ ସିଏମସି ପାଇଁ ଚିନ୍ତାର ବିଷୟ। ଏଭଳି ସ୍ଥିତିରେ ସିଏମସି ଘଟଣାକୁ ହାଲୁକା ଭାବେ ନନେଇ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

Spread the love