ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ବ୍ରହ୍ମପୁର ୨୮।୧୨: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ । ବ୍ରହ୍ମପୁର ଗ୍ରାମୀଣ କାର୍ଯ୍ୟ ବିଭାଗ-୨ କନିଷ୍ଠ ଯନ୍ତ୍ରୀ ବଇଁଶୀଧର ସେଠୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଛି ।

ବ୍ରହ୍ମପୁର ଶକ୍ତିନଗର ଦ୍ବିତୀୟ ଲେନ୍‌ ସ୍ଥିତ ତିନି ମହଲା ବିଲ୍ଡିଂ, ପୋଲସରା ଚିରିକିପଡା ଶାସନ ସ୍ଥିତ ପୈତୃକ ଘର, ବ୍ରହ୍ମପୁର ଲୋଚପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୨ ଜଣ ଡିଏସ୍‌ପି, ୬ ଇନ୍ସପେକ୍ଟର ସାମିଲ ଅଛନ୍ତି । ଏପର୍ଯ୍ୟନ୍ତ କନିଷ୍ଠ ଯନ୍ତ୍ରୀଙ୍କର କେତେ ସମ୍ପତ୍ତି ଠାବ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଭିଜିଲାନ୍ସ ଟିମ୍ ର ଚଢାଉ ଜାରି ରହିଛି ।

Spread the love