ଲୁଧିଆନା କୋର୍ଟ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଯଶବିନ୍ଦର ଜର୍ମାନରୁ ଗିରଫ

ଲୁଧିଆନା ୨୮/୧୨: ପଞ୍ଜାବରେ ଅବସ୍ଥିତ ଲୁଧିଆନା କୋର୍ଟରେ ବିସ୍ଫୋରଣ ଘଟଣାରେ ମାଷ୍ଟମାଇଣ୍ଡ ଜର୍ମାନୀର ଗିରଫ । ମିଳିଥିବା ସୂଚନା ଅନୁଯାୟୀ, ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନୀଙ୍କୁ ଜର୍ମାନରୁ ଗିରଫ କରାଯାଇଛି । ଭାରତ ସରକାର ଜର୍ମାନୀ ସରକାରଙ୍କୁ ନିବେଦନ କରିଥିଲେ । ସୂଚନାନୁସାରେ, ମୁଲତାନୀ ISI ର ନିର୍ଦ୍ଦେଶରେ କାମ କରୁଥିଲେ ।

ଗୁରୁବାର ଦିନ କୋର୍ଟ ପରିସରରେ ବିସ୍ଫୋରଣର ଏକ ଘଟଣା ଘଟିଥିଲା ଯେଉଁଥିରେ ଜଣଙ୍କର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଥିଲେ । କୋର୍ଟ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଶୌଚାଳୟରେ ଏହି ବିସ୍ଫୋରଣ ଘଟିଥିବା ପୋଲିସ କହିଛି । ସେତେବେଳେ ଜିଲ୍ଲା କୋର୍ଟ ପ୍ରକ୍ରିୟା ଚାଲିଥିଲା । କୋର୍ଟ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ହୋଇଥିବା ବିସ୍ଫୋରଣରେ କମ୍ପାଉଣ୍ଡର ଗୋଟିଏ କାନ୍ଥ ନଷ୍ଟ ହୋଇଯାଇଥିଲା । ଏହାସହ ସେଠାରେ ପାର୍କିଂ ସ୍ଥାନରେ ରଖାଯାଇଥିବା କିଛି ଗାଡିକ ଗ୍ଲାସ ବି ଭାଙ୍ଗି ଯାଇଥିଲା ।

Spread the love