୪ଦିନ ବନ୍ଦ ରହିବ ମା’ ସମଲେଶ୍ବରୀ ମନ୍ଦିର

ସମ୍ବଲପୁର ୨୮/୧୨ : ନୂଆ ବର୍ଷ ଭିଡକୁ ଦୃଷ୍ଟିରେ ରଖି ଭିଡ କମାଇବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏହିକ୍ରମରେ ଆଜି ପଶ୍ଚିମ ଓଡିଶାର ପ୍ରମୁଖ ତୀର୍ଥକ୍ଷେତ୍ର ମା’ ସମଲେଶ୍ବରୀ ପୀଠ ପାଇଁ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ନୂଆ ବର୍ଷ ଭିଡକୁ ଦୃଷ୍ଟିରେ ରଖି ୪ ଦିନ ମା’ ସମଲେଶ୍ବରୀ ମନ୍ଦିର ବନ୍ଦ ରଖିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ଡିସେମ୍ବର ୩୦ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ମା ସମଲେଶ୍ବରୀଙ୍କ ଦର୍ଶନ ବନ୍ଦ । ତେବେ ପୂଜକମାନେ ନିତୀକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିବେ । ଜାନୁଆରୀ  ତାରିଖ ଦିନ ଭର୍ଚୁଆଲ ମୋଡରେ ଦର୍ଶନ ପାଇଁ ବ୍ୟବସ୍ଥା କରିବ ଟ୍ରଷ୍ଟ ବୋର୍ଡ । ସେହପରି ପ୍ରତିଦିନର ସନ୍ଧ୍ୟା ଆଳତୀ ଭର୍ଚୁଆଲ ମୋଡରେ ଲୋକେ ଦେଖିପାରିବେ ।  ଓମିକ୍ରନ ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Spread the love