ମୃତ ଛାତ୍ରୀର ପକେଟରୁ ଖସିଲା ଏମିତି ଜିନିଷ ଯାହା ଖୋଲିଦେଲା ମୃତ୍ୟୁର ରହସ୍ୟ

ରାଜସ୍ଥାନର ବାଡ଼ମେରରେ ଆଜି ଏମିତି ଏକ ଘଟଣା ଘଟିଛି, ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି |    ଶରୀର  ପୋଡିଯିବା ଆଗରୁ କହିଦେଲା ସବୁ ସତ, ଦେଇଗଲା ପୁରା ପ୍ରମାଣ | ଗୋଟି ଗୋଟି କରି ବଖାଣିଦେଲା ତାଙ୍କ ସହ ଘଟିଥିବା ଲୋମହର୍ଷକ ଘଟଣା।  ମିଳିଥିବା ସୂଚନା ମୁତାବକ ଆଜି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା | କୌଣସି କାରଣକୁ ନେଇ ଝିଅ ଆତ୍ମହତ୍ୟା କରିଥିବାର ଭାବି ପରିବାର ସଦସ୍ୟ ତାଙ୍କୁ ମଶାଣୀକୁ ନେଉଥିଲେ | ତେବେ କୋକେଇରେ ନେବାବେଳେ ଛାତ୍ରୀଙ୍କ ଡ୍ରେସରୁ ଏକ କାଗଜ ଖସିପଡିଥିଲା |

ଆଉ ଏହି କାଗଜରେ ଛାତ୍ରୀ ଜଣକ ଲେଖିଦେଇଥିଲେ ତାଙ୍କ ସହ ଘଟିଥିବା ଲୋମହର୍ଷକ ଘଟଣା | ଛାତ୍ରୀ ଜଣକ ଲେଖିଥିଲେ ଯେ, ‘ଆତ୍ମହତ୍ୟା କରିବା ପଛରେ ଗୋଟିଏ ହିଁ କାରଣ ରହିଛି | ତାଙ୍କ ସହ ଗଣଦୁଷ୍କର୍ମ ହୋଇଛି | ଆଉ ଯେଉଁମାନେ ଗଣଦୁଷ୍କର୍ମ କରିଛନ୍ତି ସେମାନେ ନିକଟ ସମ୍ପର୍କୀୟ | ସେମାନେ ସବୁବେଳେ ଧମକ ଦେଉଛନ୍ତି, କାହାକୁ କିଛି ନ କହିବା ପାଇଁ | ସେମାନଙ୍କ ଭୟରେ ସବୁଦିନ ବଞ୍ଚିବା ଅପେକ୍ଷା ନିଜକୁ ଶେଷ କରିଦେଉଛି’ ମୁଁ |

ଏହି ଆତ୍ମହତ୍ୟା  ନୋଟ ପଢିବା ପରେ ପରିବାର ସଦସ୍ୟଙ୍କ ପାଦ ତଳୁ ମାଟି ଖସିଯାଇଥିଲା | ତୁରନ୍ତ ପରିବାର ସଦସ୍ୟ ପୁଲିସକୁ ଖବର ଦେଇଥିଲେ | ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଟେଷ୍ଟ  ପାଇଁ ପଠାଇଛି | ଏହା ସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି | ପୁଲିସ କହିଛି ଯେ ଗିରଫ ହୋଇଥିବା ଦୁଇ ଜଣ ହେଉଛନ୍ତି ମୃତକଙ୍କ ସମ୍ପର୍କୀୟ ଭାଇ | ପୋକସୋ ନିୟମ ଅଧୀନରେ ମାମଲା ରୁଜୁ କରାଯାଇଛି |

Spread the love