ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତି, ଡିଏମଇଟି ଦେଲେ ସୂଚନା

ଭୁବନେଶ୍ବର ୨୯।୧୨: ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବା ନିଷ୍ପତ୍ତି । ଏ ନେଇ ଡିଏମଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି । ଡିଏମଇଟି କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ବଦଳିପାରେ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା କରାଯିବ । ସମୀକ୍ଷା ପରେ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବ ।

Spread the love