ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ମାଟି, ୪.୩ ତୀବ୍ରତାରେ କମ୍ପନ ଅନୁଭୂତ

ପୋର୍ଟ ବ୍ଲେୟାର ୨୯/୧୨: ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସକାଳ ପ୍ରାୟ ସାଢେ ୫.୩୦ରେ ଏହି କମ୍ପନ ଅନୁଭୂତ ହୋଇଥିଲା ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା । ଏହି ଭୂକମ୍ପର କେନ୍ଦ୍ର ଦ୍ୱୀପର ଦକ୍ଷିଣ-ପୂର୍ବରେ ୧୬୫ କିଲୋମିଟର ଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହି ସୂଚନା ଦେଇଛି ।

Spread the love