ବୃଦ୍ଧି ପାଇବାରେ ଲାଗିଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ

ନୀଳଗିରି,୨୯/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜ୍ୟୋସ୍ନା ପାତ୍ର ନାମକ ଜଣେ ମହିଳାଙ୍କ ଫିକ୍ସ ଡିପୋଜିଟ୍ ଏବଂ ସେଭିଙ୍ଗ ଆକାଉଣ୍ଟରୁ ୧୨ ଲକ୍ଷ ୪୫ ହଜାର ଟଙ୍କା ଗାଏବ ହୋଇଯାଉଛି। କ୍ଷଣିକ ମଧ୍ୟରେ ସାଇବର ଅପରଧୀ ଏଭଳି କାରସାଦି କରିଥିବା ବେଳେ ଏଥିପାଇଁ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି।

ନୀଳଗିରି ଏଏସି ଅଧିନ ବାଳିଗୋହିରୀ ଅଞ୍ଚଳର ଜ୍ୟୋସ୍ନା ପାତ୍ରଙ୍କର  ବାଲେଶ୍ୱର ସହରର ଇଣ୍ଡସ ଇଣ୍ଡ ବ୍ୟାଙ୍କରେ ତାଙ୍କର ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଏବଂ ଅଢେଇ ଲକ୍ଷ ଟଙ୍କାର ସେଭିଙ୍ଗ ଆକାଉଣ୍ଟ ଥିଲା। ଗତ ୨୮ ତାରିଖରେ ଫିକ୍ସ ଡିପୋଜିଟ୍ ଆକଉଣ୍ଟରୁ ୧୦ ଲକ୍ଷ ଟଙ୍କା କଟି ଯାଇଥିଲା ।  ଏନେଇ ଆଜି ସେ ଏବଂ ତାଙ୍କ ସ୍ୱାମୀ ଉଭୟ ବ୍ୟାଙ୍କର ମ୍ୟାନେଜରଙ୍କୁ ଭେଟି ସେଭିଙ୍ଗ ଆକାଉଣ୍ଟରେ ଥିବା ଅଢେଇ ଲକ୍ଷ ଟଙ୍କାକୁ ବ୍ଲକ କରିବାପାଇଁ ନିବେଦନ କରିଥିଲେ। ହେଲେ ବ୍ୟାଙ୍କ କତ୍ତୃପକ୍ଷ ସେମାନଙ୍କୁ ସାଇବର ଥାନାରେ ଲିଖତ ଅଭିଯୋଗ କରିବାପାଇଁ ପରାମର୍ଶ ଦେଇ ଆକାଉଣ୍ଟକୁ ବ୍ଲକ କରିନଥିଲେ। ଫଳରେ ସେମାନଙ୍କ ଉପସ୍ଥିତିରେ ସାଇବର ଠକ ଆଉ ଦୁଇ ଲକ୍ଷ ୪୫ ହଜାର ଟଙ୍କା ଚଳୁ କରିନେଇଥିବା ଅଭିଯୋଗ କରିଛନ୍ତି ଉଭୟ ଦମ୍ପତ୍ତି।

ଏନେଇ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା ନେବାପରେ ସେ ବ୍ୟାଙ୍କକୁ ଆସିନଥିଲେ କିମ୍ବା ପ୍ରତିକ୍ରିୟା ଦେଇନଥିଲେ ବୋଲି ମ୍ୟାନଜର କହିଛନ୍ତି । ମହିଳାଙ୍କ ଆକାଉଣ୍ଟ କାରବାର ନେଇ ବ୍ୟାଙ୍କ କର୍ମଚାରୀଙ୍କୁ ପଚାରିବାରୁ ସେ ମଧ୍ୟ ସଠିକ୍ ଉତ୍ତରଦେଇପାରି ନଥିଲେ । ମହିଳା ଜଣଙ୍କ ହତାଶ ହୋଇ ବ୍ୟାଙ୍କ କର୍ମଚାରୀଙ୍କ ଅପାରଗତାକୁ ଦାୟୀ କରି ସାଇବର ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଦିନକୁ ଦିନ ବାଲେଶ୍ଵର ଜିଲ୍ଲାରେ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Spread the love