କୋଟିଆ ଗସ୍ତ କଲେ କୋରାପୁଟ ଜିଲ୍ଲାପାଳ, ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ ରୋକିବାକୁ ନିର୍ଦ୍ଦେଶ

କୋଟିଆ, ୨୯/୧୨:  ଓଡ଼ିଶା ସୀମାରେ ବାହାର ରାଜ୍ୟର ଅଧିକାରୀ କୋଟିଆରେ କୌଣସି କାର୍ଯ୍ୟ କରିପାରିବେ ନାହିଁ । କୋଟିଆ କେବଳ ଓଡ଼ିଶାର । ଓଡ଼ିଶା ସରକାର କୋଟିଆର ସର୍ବାଙ୍ଗୀନ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ।

ଆଜି ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି। କୋଟିଆ, ଗଞ୍ଜେଇ ପଦର, ମାଡକର ଅଞ୍ଚଳ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିଛନ୍ତି ତଦାରଖ। ଆନ୍ଧ୍ରର କ୍ରମାଗତ ଅନୁପ୍ରବେଶକୁ ଚେକମେଟ ଦେବାପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love