ଆଇପିଏସ୍‌ ଏବଂ ଓପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ଆଇଜି ମୁଖ୍ୟାଳୟକୁ ବଦଳି ହେଲେ ପ୍ରହଲ୍ଲାଦ ମୀନା

ବଦଳିଲେ ମାଲକାନଗିରି ଏସ୍‌ପି । ଆଇପିଏସ୍‌ ପ୍ରହଲ୍ଲାଦ ସହାଇ ମୀନା ମାଲକାନ୍‌ଗାରି ଏସ୍‌ପି ଥିବା ବାଳେ ବର୍ତ୍ତମାନ ତାଙ୍କୁ ଏଆଇଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି ଆଇପିଏସ୍‌ ଏସ୍‌ ଶୁଶ୍ରୀ କେସିଙ୍ଗା ଏସ୍‌ଡିପିଓ ଥିବା ବେଳେ ଏବେ ତାଙ୍କୁ ଭୁବନେଶ୍ୱର ଟ୍ରାଫିକ୍‌ ଡିଏସ୍‌ପି ଭାବେ ଦାୟିତ୍ୱ ମିଳିଛି ।

ଆଇପିଏସ୍‌ ନିତୀଶ ୱାଧୱାନି ତାଲଚେର ଏସ୍‌ଡିପିଓ ଥିବା ବେଳେ ତାଙ୍କୁ ମାଲ୍‌କାନ୍‌ଗିରି ଏସ୍‌ପି ଭାବେ ପଦୋନ୍ନତି ଦିଆଯାଇଛି । ସେହିପରି ଅଭିଳାଶ ଜି. ମାଲ୍‌କାନ୍‌ଗିରି ଏସ୍‌ଡିପିଓ ଥିବା ବେଳେ ତାଙ୍କୁ ନାର୍କୋଟିକ୍ସ ଏବଂ ଏସ୍‌ଟିଏଫ୍‌ର ଏସ୍‌ପି ଭାବେ ପଦୋନ୍ନତି ମିଳିଛି ।

ସେହିପରି ଓପିଏସ୍‌ ମାୟାଧର ସେଠୀ ଭୁବନେଶ୍ୱର ଟ୍ରାଫିକ୍‌ର ଡିସିପି ଥିବା ବେଳେ ତାଙ୍କୁ ଏବେ ଅପରାଧ ବିଭାଗର ଡିସିପି ଭାବେ ବଦଳି କରାଯାଇଛି । ଓପିଏସ୍‌ ମାଧୁରୀ ସାମଲ୍‌ ନାର୍କୋଟିକ୍ସ ଏବଂ ଏସ୍‌ଟିଏଫ୍‌ର ଏସ୍‌ପି ଥିବା ବେଳେ ତାଙ୍କୁ ସିଆଇଡି ଓ ସିବିର ଏସ୍‌ପି ଭାବେ ବଦଳି କରାଯାଇଛି ।

Spread the love