ନୂଆ ବର୍ଷରେ ଚାଷୀଙ୍କୁ ମୋଦି ସରକାରଙ୍କ ଭେଟି, ୧୦ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୨୦ହଜାର କୋଟି ଟଙ୍କା

ନୂଆଦିଲ୍ଲୀ ୨୯/୧୨ : ନୂଆ ବର୍ଷରେ ଚାଷୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ଚାଷୀଙ୍କୁ ୧୦ମ କିସ୍ତି ଦିଆଯିବ । ଏହି ଅର୍ଥ ରାଶି ଜାନୁୟାର ୧ ତାରିଖ ଅର୍ଥାତ ନୂଆ ବର୍ଷରେ ଚାଷୀଙ୍କୁ ଆକାଉଣ୍ଟକୁ ଯିବ । ଦେଶର ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ପଠାଇବେ କେନ୍ଦ୍ର ସରକାର ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ମୋଟ ୧.୬ ଲକ୍ଷ କୋଟି ଟଙ୍କାର ପଠାଇ ସାରିଲେଣି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ, ୨୦୨୨ ଜାନୁଆରୀ ୧ ତାରିଖ ଦିନ ୧୨.୩୦ରେ ଭିଡିଓ କନଫରେନ୍ସ ମାଧ୍ୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ଯୋଜନା ମାଧ୍ୟମରେ ଦେଶର ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇବେ ମୋଦି ସରକାର ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ୩୫୧ ଏଫ୍‌ପିଓକୁ ୧୪ କୋଟି ଟଙ୍କାର ଇକ୍ବିଟି ଅନୁଦାନ ମଧ୍ୟ ପ୍ରଦାନ କରାଯିବ । ଏହା ଦ୍ବାରା ଦେଶର ପ୍ରାୟ ୧.୨୪ ଲକ୍ଷ ଚାଷୀ ଉପକୃତ ହେବେ​‌ । ଏହା ସହିତ ନୂଆ ବର୍ଷରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ସାମିଲ ହେବେ ।

ସୂଚନାଥାଉକି, କେନ୍ଦ୍ର ସରକାର ଏହି ସ୍କିମ୍‌ ଆଧାରରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା​‌ ଦେଉଛନ୍ତି କେନ୍ଦ୍ର ସରକାର । ଏହି ସହାୟତା ରାଶିକୁ ଚାଷୀଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ପଠାନ୍ତି କେନ୍ଦ୍ର ସରକାର । ପ୍ରତି ୪ ମାସ ବ୍ୟବଧାନରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଆସିଥାଏ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧.୬ ଲକ୍ଷ କୋଟି ଟଙ୍କା ପଠାଇସାରିଛନ୍ତି କେନ୍ଦ୍ର ସରକାର ।

Spread the love