‘ଦ କପିଲ ଶର୍ମା’ ଶୋ’ ରେ ଲାଗିଲା ବ୍ରେକ୍ !

ଫିଲ୍ମ ଇଣ୍ଡଷ୍ଟ୍ରି ପୁଣି ଥରେ କରୋନା ଟାର୍ଗେଟରେ। ପ୍ରତିଦିନ କେହି ନା କେହି ବଲିଉଡ ସେଲିବ୍ରେଟି ସଂକ୍ରମିତ ହେବାର ଖବର ସାମ୍ନାକୁ ଆସୁଛି। ଏହି ସଙ୍କଟକୁ ଦୃଷ୍ଟିରେ ରଖି ‘ଦ କପିଲ ଶର୍ମା’ ଶୋ’ କିଛି ସମୟ ପାଇଁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, ଶୋ’ ଡିସେମ୍ବର ୨୮ ରାତିରେ ଶୁଟିଂ ଶେଷ କରି ଏକ ସପ୍ତାହ ପାଇଁ ବିରତି ନେଇଛି। ଜାନୁଆରୀ ପ୍ରଥମ ସପ୍ତାହରେ ପୁଣିଥରେ ସୁଟିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ, ଶୋ’ର ବିଚାରପତି ଅର୍ଚ୍ଚନା ପୁରନ ସିଂ ଚ୍ୟାନେଲ ସହ ଏକ ବାର୍ତ୍ତାଳାପରେ କହିଛନ୍ତି- ବର୍ତ୍ତମାନ ତାଙ୍କ ଶୋ’ ଏକ ସପ୍ତାହ ବିରତି ନେଇଛି। ନିରାପତ୍ତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ସବୁକିଛି ଠିକ୍ ହୋଇଯିବ।

ଅର୍ଚ୍ଚନା ଆହୁରି କହିଛନ୍ତି- ମୁଁ ବୁଝିପାରୁ ନାହିଁ ନାଇଟ୍ କର୍ଫ୍ୟୁ ଲଗାଯିବା ସତ୍ତ୍ୱେ ଲୋକମାନେ ରାସ୍ତାରେ ବୁଲୁଛନ୍ତି। ସମସ୍ତ ପ୍ରୋଟୋକଲ୍ ଫଲୋ କରିବା ଆମର ଦାୟିତ୍ୱ। ଏପରିକି ଯେଉଁମାନେ ସମସ୍ତ ନିୟମାବଳୀ ଅନୁସରଣ କରୁଛନ୍ତି, ସେମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଆମକୁ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ମିଳିନାହିଁ, ତଥାପି ସତର୍କତା ଅବଲମ୍ବନ କରିବାକୁ ପଡିବ। ଯେହେତୁ ଦିଲ୍ଲୀ ବନ୍ଦ ହୋଇଯାଇଛି ଏବଂ ମୁମ୍ବାଇ ବିପଦରେ ରହିଛି।

Spread the love