‘ଆମେ ଓଡ଼ିଆ ଭାରି ବଢିଆ’ ପରିବାର ର ଦ୍ବିତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର୩୦/୧୨: ଆମେ ଓଡ଼ିଆ ଭାରି ବଢିଆ ପରିବାର ର ଦ୍ବିତୀୟ ବାର୍ଷିକ ଉତ୍ସବ  ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ଵେଛା ସେବୀ ସଙ୍ଗଠନ ଓଡ଼ିଶାରେ ଗରିବ, ଅସହାୟ, ନିରୀହ ଲୋକ ମାନଙ୍କୁ ସେବା ଯୋଗେଇ ଆସୁଛି ଏବଂ ଆଗାମୀ ଦିନରେ ଏହି ସାମାଜିକ ଅନୁଷ୍ଠାନ ଓଡ଼ିଶାରେ କୋଣ ଅନୁକୋଣ ରେ ପହଞ୍ଚି ଲୋକ ମାନଙ୍କୁ ସାହାର୍ଯ୍ୟ ସହଯୋଗ କରିବା ପାଇଁ ଦୃଢ ସଂକଳ୍ପ ନେଇଛି, ଏହି ସଭାରେ ବହୁ ଦୂର ଦୂର ଦୂରାନ୍ତ ବିଭିନ୍ନ ସମାଜ ସେବୀ ମାନେ ଆସି ଏହି ସଭାରେ ଯୋଗ ଦାନ ଦେଇଥିଲେ ଏବଂ ଏହି ସଭାରେ ମୁଖ୍ୟ ଅତିଥିଭାବେ  ଅନନ୍ତ ନାରାୟଣ ଜେନା, ବିଧାୟକ ଭୁବନେଶ୍ୱର ପ୍ରବୀର ମହାନ୍ତି (ଅଧ୍ୟକ୍ଷ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ଦିଲ୍ଲୀ) ପ୍ରଫୁଲ୍ଲ କୁମାର ଲେଙ୍କା, (ବରିଷ୍ଟ ମଞ୍ଚ ଅଭିନେତା) , କାହୁଁ ଚରଣ ନାୟକ ମୁଖ୍ୟ ସଂପାଦକ ଟାଇମ୍ ଓଡ଼ିଆ ନ୍ୟୁଜ ), କଣ୍ଠଶିଳ୍ପୀ ଇତିଶ୍ରୀ ଦୀକ୍ଷିତ ଏବଂ ଅମୀୟବାଳା ପରିଡ଼ା ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାମାଜିକ ଅନୁଷ୍ଠାନ ମାନଙ୍କୁ ଆମର ମୁଖ୍ୟ ଅତିଥି ମାନେ ମାନପତ୍ର ଓତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପରିବାର ର ଅଧ୍ୟକ୍ଷ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ ଙ୍କ ସହିତ ପରିଚାଳକ ଅମିତ୍ କୁମାର ଗୋଛାୟତ , ସତ୍ୟବ୍ରତ ସାହୁ ,ରୂପଶ୍ରୀ ସାହୁ ଦୀପକ ସାହୁ ପ୍ରମୁଖ ମୁଖ୍ୟ ସଦସ୍ୟମାନଙ୍କର ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଶେଷ ହୋଇଥିଲା।

Spread the love