ହରିୟାଲୀ ଚିକେନ ଟିକ୍କା

ଆବଶ୍ୟକ ସାମଗ୍ରୀ

  • ଚିକେନ – ୫୦୦ ଗ୍ରାମ୍‌
  • ଧନିଆ ପତ୍ର – ୨ ଚାମଚ୍‌
  • ପୋଦିନା ପତ୍ର – ୨ ଚାମଚ
  • କଞ୍ଚା ଲଙ୍କା – ୨ଟି
  • ଅଦା-ରସୁଣ – ୨ଇଞ୍ଚ୍‌ ବଡ ଚାମଚ
  • ଦହି – ୧/୨ କପ୍‌
  • ଲୁଣ – ସ୍ୱାଦାନୁସାରେ
  • ତେଲ – ୨ ଚାମଚ
  • ଲାଲ ଲଙ୍କା ପାଉଡର – ୧/୨ ଚାମଚ
  • ଆମଚୁର ପାଉଡର – ୧/୨ ଚାମଚ
  • ଗରମ ମସଲା – ୧/୩ ଚାମଚ
  • ଦହି – ୨ ଚାମଚ
  • ଲେମ୍ବୁ ରସ – ୧ ଚାମଚ୍‌

ପ୍ରସ୍ତୁତ ପ୍ରଣାଳୀ

  1. ହରିୟାଲୀ ଚିକେନ ଟିକ୍କା ବନାଇବା ପାଇଁ ପ୍ରଥମେ ଆପଣଙ୍କୁ ଧନିଆ ପତ୍ର, ଅଦା-ରସୁଣ, ପୋଦିନା ପତ୍ର ଏବଂ କଞ୍ଚା ଲଙ୍କାକୁ ପକାଇ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟକୁ କୌଣସି ଏକ ପାତ୍ରରେ ବାହାର କରି ସେଥିରେ ଦହି ଏବଂ ଅନ୍ୟ ସମସ୍ତ ମସଲାକୁ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  2. ସମସ୍ତ ସାମଗ୍ରୀକୁ ମିକ୍ସ କରିବା ପରେ ପ୍ରାୟ ୫ ମିନିଟ ପରେ ଏଥିରେ ଚିକେନକୁ ପକାଇ ଦିଅନ୍ତୁ ଏବଂ ଚିକେନକୁ ଏଥିରେ ବୁଡାଇ କୋଟ କରିଦିଅନ୍ତୁ। ଚିକେନ ଉପରେ ମସଲା କୋଟ ହେବା ପରେ ପ୍ରାୟ ୧୫ ମିନିଟ ପାଇଁ ଏହାକୁ ଛାଡି ଦିଅନ୍ତୁ।
  3. ଏବେ ଏହାକୁ ତନ୍ଦୁରରେ ଭଲଭାବେ ସେକି ଦିଅନ୍ତୁ। ଆପଣ ଚାହିଁଲେ ପ୍ୟାନରେ ବଟର ଲଗାଇ ଗରମ କରି ଚିକେନକୁ ରୋଷ୍ଟ ମଧ୍ୟ କରିପାରିବେ। ଚିକେନ ରୋଷ୍ଟ କରିବା ପରେ ଏହା ଉପରେ ଧନିଆ ଚଟଣୀ ଏବଂ ଲେମ୍ବୁ ରସ ପକାଇ ସର୍ଭ କରନ୍ତୁ।
Spread the love