ପୋଲିସ୍‌ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କଲେ ଡିଜିପି ଆଇପିଏସ୍‌ ସୁନୀଲ୍‌ ବଂଶଲ

ଶୁକ୍ରବାର ଅପରାହ୍ନରେ ଦାୟିତ୍ବ ଗ୍ରହଣ କରିଛନ୍ତି ନବ ନିଯୁକ୍ତ ପୋଲିସ ଡିଜି ସୁନୀଲ ବଂଶଲ । କଟକ ପୋଲିସ୍‌ ମୁଖ୍ୟାଳୟରେ ସେ ପୋଲିସ୍‌ ବିଭାଗର ମୁଖ୍ୟ ଭାବେ ଏହି ଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନର ପୋଲିସ ଡିଜି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଗୁରୁବାର ସନ୍ଧ୍ୟାରେ ବଂଶଲ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚିଥିଲେ । ନବ ନିଯୁକ୍ତ ପୋଲିସ ଡିଜିଙ୍କୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ୧୯୮୭ ବ୍ୟାଚ୍ ଓଡିଶା କ୍ୟାଡରର ବଂଶଲ ଢେଙ୍କାନାଳ ଓ ମୟୁରଭଞ୍ଜରେ ଏସପି ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି । ଗତ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଇଣ୍ଟେଲିଂଜେନ୍ସ ବ୍ୟୁରରେ ଦକ୍ଷତାର ସହ କାର୍ଯ୍ୟ ଭାର ତୁଲାଉଥିଲେ ।

ଶୁକ୍ରବାର କାର୍ଯ୍ୟଭାର ଗ୍ରହଣ ପରେ ବଂଶଲ ଓଡ଼ିଶାରେ ନକ୍ସଲ, ନିଶା କାରବାର, ମାନବ ଚାଲାଣ ଓ ସାଧାରଣ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ସୂଚନା ଦେଇଛନ୍ତି ।

Spread the love