ପ୍ରଧାନମନ୍ତ୍ରୀଙ୍କ ନବବର୍ଷ ଭେଟି, ୧୦ କୋଟି ଚାଷୀଙ୍କ ଖାତାକୁ ଗଲା ୨୦ କୋଟି

ନୂଆଦିଲ୍ଲୀ ୦୧/୦୧: ବର୍ଷ ଆରମ୍ଭରୁ ଚାଷୀଙ୍କୁ ନବବର୍ଷ ଉପହାର ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀଙ୍କୁ ପିଏମ କିଶାନ ନିଧି ଯୋଜନାରେ ଦଶମ କିସ୍ତି ପ୍ରଦାନ କରାଯାଇଛି । ଏହି କିସ୍ତିରେ ୧୦ କୋଟି ଚାଷୀଙ୍କୁ ସରକାର ୨୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି । ଚାଷୀଙ୍କ ଖାତାକୁ ଯାଇଛି ଏହି ଟଙ୍କା ।

ଏହା ସହିତ ପ୍ରଧାନମନ୍ତ୍ରୀ ପ୍ରାୟ ୩୫୧ କୃଷକ ଉତ୍ପାଦକ ସଂଗଠନକୁ ୧୪ କୋଟିରୁ ଅଧିକ ଇକ୍ୱିଟି ଅନୁଦାନ ମଧ୍ୟ ପ୍ରଦାନ କରିଛନ୍ତି । ଏହା ଫଳରେ୧.୨୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ୩ ଟି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୬.୦୦୦ ଟଙ୍କା ପଠାଯାଇଥାଏ ।

ପ୍ରତି ୪ ମାସରେ ୨୦୦୦ ଟଙ୍କା କିସ୍ତି ଆସେ । PM Kisan ପୋର୍ଟାଲ ଅନୁଯାୟୀ, ଏହି ଯୋଜନାର ପ୍ରଥମ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସିଥାଏ । ଦ୍ୱିତୀୟ କିସ୍ତି ଏପ୍ରିଲ ୧ରୁ ଜୁଲାଇ ୩୧ମଧ୍ୟରେ କୃଷକଙ୍କ ଆକାଉଣ୍ଟରେ ପହଞ୍ଚିଛି । ତୃତୀୟ କିସ୍ତି ଅଗଷ୍ଟ ୧ ରୁ ନଭେମ୍ବର ୩୦ ମଧ୍ୟରେ କୃଷକଙ୍କ ଆକାଉଣ୍ଟଙ୍କୁ ଟ୍ରାନ୍ସଫର କରାଯାଇଥାଏ.

Spread the love