ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ନବୀନ ନିବାସ ଘେରିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇଛି । ବୁଧବାର ମହିଳା ମୋର୍ଚ୍ଚାର ସଦସ୍ୟା ନବୀନ ନିବାସକୁ ପଶିବାକୁ ଉଦ୍ୟମବେଳେ  ପୁଲିସ ମହିଳା କର୍ମୀଙ୍କୁ ଅଟକାଇବାକୁ ଉଦ୍ୟମ କରିବା ଫଳରେ ଧସ୍ତାଧସ୍ତି ହୋଇଥିଲା । ଘଟଣାସ୍ଥଳରେ 20ରୁ ଅଧିକ ବିଜେପି ମହିଳା କର୍ମୀଙ୍କୁ ପୁଲିସ ଅଟକ ରଖିଛି । ପିପିଲି ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରୁଛି । ଗତକାଲି ମଧ୍ୟ ନବୀନ ନିବାସ ଘେରାଉ କରିଥିଲେ ବିଜେପି ମହିଳା ମୋର୍ଚ୍ଚା । ଏହା ପୂର୍ବରୁ ସିବିଆଇ ତଦନ୍ତ ଦାବି ଓ ମହାରଥୀଙ୍କ ଇସ୍ତଫା ଦାବି କରି କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ କରିଥିଲେ ମହିଳା କର୍ମୀ ।

ପିପିଲିର ବେବିନା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଖସିଯିବା ଘଟଣାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ନବୀନ ନିବାସ ଘେରାଉ କରାଯାଇଛି। ମୋର୍ଚ୍ଚାର କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚୁଡ଼ି ଭେଟି ଦେବା ପାଇଁ ଯାଉଥିଲାବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଫଳରେ କିଛି ସମୟ ପାଇଁ ପୁଲିସ୍-ମହିଳା କର୍ମୀ ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀଙ୍କୁ ପୁଲିସ୍ ଜବରଦସ୍ତ ଉଠାଇ ନେଇଯାଇଥିଲା। ଅପର ପକ୍ଷରେ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି।

Spread the love