ବିପ୍ଳବୀ ଚକ୍ରଧର ଓ ଚାଖି ଖୁଣ୍ଟିଆଙ୍କ ତିରୋଧାନ ଦିବସ ବିଜେଡ଼ି ପକ୍ଷରୁ ପାଳିତ

ଭୁବନେଶ୍ବର : ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ତରଫରୁ ବିପ୍ଳବ ଚକ୍ରଧର ବେହେରା ଙ୍କ ୪୮ତମ ତିରୋଧାନ ଦିବସ ଓ ଚାଖି ଖୁଣ୍ଟିଆ ଙ୍କ ର ୧୫୨ତମ ତିରୋଧାନ ଦିବସ ରାଜଧାନୀ ଭୁବନେଶ୍ବର ଠାରେ ଅବସ୍ଥିତ ପ୍ରତିମୂର୍ତ୍ତି ନିକଟ ରେ ପାଳନ କରାଯାଇଅଛି। ଏହି ଅବସର ରେ ସାମୁଖ୍ୟ ତରଫ ରୁ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ଯୋଗଦେଇ ବିପ୍ଳବୀ ଚକ୍ରଧର ଙ୍କ ଜୀବନରେ ସାଧାରଣ ଜନତା ନିମନ୍ତେ ସଂଗ୍ରାମ କରି ସେ କିପରି ଗୃହତ୍ୟାଗ କରି ରାଜଦ୍ରୋହ ର ଶିକାର ହୋଇଥିଲେ ଓ ଚାଖି ଖୁଣ୍ଟିଆ କିଭଳି ରାଣୀ ଙ୍କର୍ ସେନାପତିତ୍ଵ କରି ବ୍ରିଟିଶ୍ ସହିତ ଲଢି ତାଙ୍କଦ୍ଵାରା ଦଣ୍ଡିତ ହୋଇଥିଲେ ମଧ୍ୟ ଜଗନ୍ନାଥ ଙ୍କ ଭକ୍ତ ଭାବେ ତାଙ୍କ ଠାରେ କିଭଳି କାଳଜୟୀ କବିତ୍ଵ ଫୁଟି ଉଠିଥିଲା,ତାହା ନିଖୁଣ ଭାବ ରେ ବର୍ଣ୍ଣନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାମୁଖ୍ୟ ର ପୂଜ୍ୟପୂଜା ପ୍ରମୁଖ ଗାୟକ ଆହ୍ଲଦ ସୁରେନ୍ଦ୍ର ଛୋଟରାୟ,ସାମୁଖ୍ୟ ର ଭୁବନେଶ୍ଵରର ସଂଯୋଜକ ସତ୍ୟବ୍ରତ ଜେନା,ବାବା ପଞ୍ଚଦେବ,ବୈକୁଣ୍ଠ ଭୋଇ,ଲିକୁନ ସେଠୀ,ମନୋରଞ୍ଜନ ନାୟକ, ଲକି ଦାସ, ଭାଷା ,ସାହିତ୍ୟ ସଂସ୍କୃତି ବିଭାଗ ତ ଅନୁ ଶାସନ ସଚିବ ଲକ୍ଷ୍ମୀଧରବେହେରା,ପ୍ରଧ୍ୟାପକରମେଶ ପାତାଳ ସିଂ ପ୍ରମୁଖ ଉପସ୍ଥିତ ରହି ବିପ୍ଳବୀ ଦ୍ବୟ ଙ୍କ ର ସ୍ମୁତି ଚାରଣ କରିଥିଲେ।

Spread the love