ବୈଷ୍ଣୋଦେବୀ ମନ୍ଦିର ଦଳାଚକଟା ମୃତକଙ୍କ ମିଳିଲା ପରିଚୟ, ପ୍ରଶାସନ ଜାରି କଲେ ନାମ ତାଲିକା ଓ ଠିକଣା

କଟାରା ୧।୧: ଜମ୍ମୁ-କାଶ୍ମୀର କଟାରାସ୍ଥିତ ମାତା ବୈଷ୍ଣୋଦେବୀ ଭବନ ଦଳାଚକଟା ମୃତକଙ୍କ ଚିହ୍ନଟ ହୋଇଛି। ଏହି ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ସମସ୍ତଙ୍କ ଚିହ୍ନଟ କରିଛନ୍ତି। ଜମ୍ମୁ-କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଦୁର୍ଘଟଣା ମୃତକଙ୍କ ପରିବାର ନିମନ୍ତେ ଶନିବାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିରେ ପ୍ରତି ମୃତକଙ୍କ ପରିବାରକୁ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ଲାଗି ଘୋଷଣା କରାଯାଇଛି।

ବୈଷ୍ଣୋଦେବୀ ଭବନ ଦଳାଚକଟା ମୃତକଙ୍କ ନାମ ଓ ସେମାନଙ୍କ ଠିକଣା ଏଠାରେ ପ୍ରଦାନ କରାଯାଇଛି। ନୌସହରା ରାଜୌରୀ ନିବାସୀ ତ୍ରୈଲୋକ୍ୟ କୁମାରଙ୍କ ୨୬ ବର୍ଷିୟ ପୁତ୍ର ଧିରଜ କୁମାର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଗାଜିଆବାଦ ଉତ୍ତରପ୍ରଦେଶର ବିକ୍ରାନ୍ତ ସିଂହଙ୍କ ପତ୍ନୀ ଶ୍ୱେତା ସିଂହ (୨୪), ଦିଲ୍ଲୀ ବଦରପୁର ମହେଶ ଚନ୍ଦ୍ରଙ୍କ ପୁତ୍ର ବିନୟ କୁମାର (୨୪) ଓ ନରେନ୍ଦ୍ର ପାଣ୍ଡେଙ୍କ ପୁଅ ସୋନୁ ପାଣ୍ଡେ (୨୪) ଭାବେ ଚିହ୍ନଟ ହୋଇଛନ୍ତି।

ସେହିପରି ହରିୟାଣା ବିରି ଜାର୍ଜରର ସୁରେନ୍ଦ୍ରଙ୍କ ପତ୍ନୀ ମମତା (୩୮), ଉତ୍ତରପ୍ରଦେଶ ସାହାରାନପୁରର ବୀରାମପାଲ ସିଂହଙ୍କ ପୁଅ ବିନିତ କୁମାର (୩୮), ସାହାରାନପୁର ସାଲା ପୁରର ଧର୍ମବୀର ସିଂହ (୩୫), ଗୋରଖପୁର ଉତ୍ତରପ୍ରଦେଶର ସତପ୍ରକାଶ ସିଂହଙ୍କ ପୁଅ ଡା. ଅରୁଣ ପ୍ରତାପ ସିଂହ (୩୦), ଉତ୍ତରପ୍ରଦେଶ କାନପୁରର ସୁଭାବ କାଶ୍ୟପଙ୍କ ପୁଅ ନରେନ୍ଦ୍ର କାଶ୍ୟପ, କାନପୁର ଉତ୍ତରପ୍ରଦେଶର ଶିବକୁମାର ଗୌଡଙ୍କ ପୁଅ ମହେନ୍ଦ୍ର ଗୌଡ, ଉତ୍ତରପ୍ରଦେଶ ଫେରୁମଲ ଶର୍ମାଙ୍କ ପୁଅ ମୋନୁ ଶର୍ମା ଓ ଦିଲ୍ଲୀ ବୁରାଡିର କୈଳାଶଙ୍କ ପୁଅ ଆକାଶ (୨୯) ଏହି ଦଳାଚକଟାରେ ପ୍ରାଣ ହରାଇଛନ୍ତି।

Spread the love