ଫିଲ୍ମ ‘ପୁଷ୍ପା’ର ଡାଏଲଗରେ ଭିଡିଓ କଲେ କ୍ରିକେଟର୍ ଡେଭିଡ୍ ୱାର୍ଣ୍ଣର

ନୂଆଦିଲ୍ଲୀ ୦୧/୦୧: ସାଉଥ ସୁପର ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ବକ୍ସ ଅଫିସରେ କମାଲ୍ କରିଛି। ଏହି ସୁପରହିଟ୍ ଫିଲ୍ମ କେବଳ ତେଲଗୁ ନୁହେଁ ଅନ୍ୟ ଭାଷାରେ ମଧ୍ୟ ଜୋରଦାର ବିଜନେସ୍ କରିଛି। ଏବେ ଏହି ଫିଲ୍ମର ଉତ୍ସାହ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲୀୟ କ୍ରିକେଟର୍ ଡେଭିଡ୍ ୱାର୍ଣ୍ଣର୍ ଫିଲ୍ମରୁ ଏକ ଡାଏଲଗର ସିପ୍ସିଂ ଭିଡିଓ ସେୟାର କରିଛନ୍ତି। ଡେଭିଡଙ୍କ ଏହି ଭିଡିଓକୁ ଲୋକ ଖୁବ୍ ପସନ୍ଦ କରୁଛନ୍ତି।

ଡେଭିଡ୍ ପ୍ରାୟତଃ ହିନ୍ଦି ଫିଲ୍ମର ଡାଏଲଗ୍ସ ଏବଂ ଗୀତର ଟିକ୍ ଟକ୍ ଭିଡିଓ ସେୟାର କରନ୍ତି। ଏବେ ସେ ‘ପୁଷ୍ପା’ ଫିଲ୍ମରୁ ଅଲ୍ଲୁ ଅର୍ଜୁନଙ୍କ ଏକ ଲାଇନର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓଟି ମାତ୍ର ୬ ସେକେଣ୍ଡର ଏବଂ ଏଥିରେ ଡେଭିଡ୍ ଏକ ଲାଇନର ସିପ୍ସିଂ କରିଛନ୍ତି।

Spread the love