ହରିୟାଣାରେ କରୋନା ବିସ୍ଫୋରଣ: ୫ ଜିଲାରେ ଆଲର୍ଟ

ଗୁରୁଗ୍ରାମ ୦୨/୦୧: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ । ଏହାକୁ ନେଇ ପ୍ରତି ରାଜ୍ୟର ରାଜ୍ୟ ସରକାର ନୂଆ ନୂଆ ଗାଇଡ ଲାଇନ୍ ଜାରି କଲେଣି । ଏହାରି ବିତରେ କଠୋର ହୋଇଛନ୍ତି ହରିୟାଣା ସରକାର । ହରିୟାଣାରେ ସ୍ଥିତି ଅସମ୍ଭାଳ ହେଉଥିବାରୁ ୫ ଜିଲାରେ ମିନି ଲକଡଉନ ଘୋଷଣା କରାଯାଇଛି । ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଓ ସୋନିପଥରେ ସିନେମାହଲ, ଥିଏଟର, ସ୍କୁଲ, କଲେଜ, ଜିମ ଆଦିକୁ ବନ୍ଦ କରି ଦିଆଯାଇଛି ।

କେବଳ ସେତିକି ନୁହେଁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁୟାରୀ ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ସୂଚନାଥାଉକି, ଗୁରୁଗ୍ରାମ ଓ ଫରିଦାବାଦରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛି । ଆଗକୁ ଏହି ସଂକ୍ରମଣକୁ ରୋକିବାକୁ ସରକାର କରୋନା ଗାଇଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗାଇଡଲାଇନ ଅନୁଯାୟୀ ସୁଇମିଂ ପୁଲଗୁଡ଼ିକ କେବଳ ସେହି ଲୋକଙ୍କ ପାଇଁ ଖୋଲାଯିବ ଯେଉଁମାନଙ୍କୁ ଟ୍ରେନିଂ ଦିଆଯାଉଥିବ । ଅଥବା ଖେଳାଳିମାନଙ୍କ ପାଇଁ ଖୋଲାଯିବ । ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରହିବ । ଏହାବ୍ୟତୀତ ପାର୍କରେ ବି ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲଗାଯାଇଛି । ହରିୟାଣାରେ ପ୍ରତିବନ୍ଧକ ଲାଗିବା ପରେ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

Spread the love