ବଦଳିଲା ନିଷ୍ପତ୍ତି, ସୋମବାରଠୁ ଖୋଲିବନି ପ୍ରାଥମିକ ସ୍କୁଲ

ଭୁବନେଶ୍ୱର ୦୨।୦୧: ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ । ଏବେ ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ । ଆସନ୍ତାକାଲିଠୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର ।

ଖବର ଅନୁଯାୟୀ, ରାଜ୍ୟରେ ଆସନ୍ତାକାଲି ଠାରୁ ମାନେ ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲା ରାଜ୍ୟ ସରକାର । କିନ୍ତୁ ଏବେକାର କରୋନା ସଂକ୍ରମଣ ସ୍ଥିତି ଓ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳାଇଛି ବିଭାଗ । ତେଣୁ ଆସନ୍ତାକାଲି ଠାରୁ ଖୋଲିବାକୁ ଥିବା ପ୍ରଥମ ରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ଉପରେ ସ୍ଥଗିତ ରଖାଯାଇଛି ।

Spread the love