ନୈନିତାଲରେ କରୋନାର ବିସ୍ଫୋରଣ, ନବୋଦୟ ବିଦ୍ୟାଳୟର ୮୨ ପିଲା କରୋନା ସଂକ୍ରମିତ

ଡେହରାଡୁନ୍ ୦୨/୦୧: ଉତ୍ତରାଖଣ୍ଡ ନୈନିତାଲରେ କରୋନାର ବିସ୍ଫୋରଣ । ଏଠାରେ ଥିବା ନବୋଭୋଦୟ ବିଦ୍ୟାଳୟରେ ୮୨ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ପିଲାଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ସୂଚନା ଥାଉକି, ବିଦ୍ୟାଳୟର ପ୍ରିନ୍ସିପାଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ୪୮୮ ପିଲାଙ୍କ କରୋନା ପରୀକ୍ଷା କରାଯାଇଥିଲା । ୮୨ ଜଣ ପିଲା କରୋନା ପଜିଟିଭ୍ ଥିବା ଜଣାପଡିବା ପରେ ଏବେ ଉତ୍ତେଜନା ଦେଖାଦେଇଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ କରୋନା ଭୂତାଣୁର ଏକ ନୂତନ ରୂପ ଥିବା ଓମିକ୍ରନର ଚାରୋଟି ନୂତନ ମାମଲା ରିପୋର୍ଟ ହୋଇଥିଲା । ଏହି କାରଣରୁ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଶନିବାର ଏଠାରେ ଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ଚାରି ଜଣଙ୍କୁ ଆରୋଗ୍ୟ ହୋଇଛନ୍ତି । ଡିସେମ୍ବର ୧୧ରେ ରାଜ୍ୟରେ ଓମିକ୍ରନର ଗୋଟିଏ ମାମଲା ଚିହ୍ନଟ ହୋଇଥିବାବେଳେ ଡିସେମ୍ବର ୨୭ରେ ଆଉ ତିନୋଟି ମାମଲା ରିପୋର୍ଟ ହୋଇଥିଲା ।

Spread the love