ଭବିଷ୍ୟତରେ ଟିମ୍ ଇଣ୍ଡିଆରେ ସାମିଲ ହେବେ ଏହି ୫ ଯୁବ କ୍ରିକେଟର ! ସଙ୍କେତ ଦେଲେ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୦୨/୦୧:   ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ୫ ଖେଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏହି ୫ ଖେଳାଳି ହେଉଛନ୍ତି ଯୁବ ପ୍ଲେୟାର । ଏହି ଖେଳାଳିଙ୍କୁ ଆଗାମୀ ଦିନରେ ଦଳରେ ସାମିଲ୍ କରାଯାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି ।

ଶୁକ୍ରବାର ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି । ଏଥିରେ ଋତୁରାଜ ଗାଏକଓ୍ୱାଡ, ଭେଙ୍କଟେଶ ଆୟର ଭଳି ଯୁବ ଖେଳାଳିଙ୍କୁ ସୁଯୋଗମିଳିଛି  ଆଗାମୀ ଦିନରେ ଆଉ କିଛି ପ୍ରତିଭାବାନ ଯୁବ ଖେଳାଳିଙ୍କୁ ସାମିଲ କରାଯିବ ବୋଲି ଚେତନ ଶର୍ମା ସଙ୍କେତ ଦେଇଛନ୍ତି । ଏହି ୫ ଖେଳାଳି ହେଲେ ହର୍ଷଲ ପଟେଲ, ଶାହରୁଖ ଖାନ, ଋଷି ଧାଓ୍ୱନ, ରବି ବିଶ୍ରାଇ ଓ ଅବେଶ ଖାନ୍ ।

ହର୍ଷଲ ପଟେଲ ଆଇପିଏଲରେ ଧମାଲ କରିଥିଲେ । ସେ ହାଟ୍ରିକ୍ ଓ୍ୱିକେଟ୍ ନେବା ସହ ଗତ ସିରିଜରେ ୩୨ ଓ୍ୱିକେଟ୍ ନେଇଥିଲେ ।। ସେହିପରି ଶାହରୁଖ ଖାନ ବ୍ୟାଟିଂରେ ଦବଦରା ରଖନ୍ତି । ସେ ତାମିଲନାଡୁକୁ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଜୟ ହଜାରେ ଟ୍ରଫିରେ ସେ ୧୮୬.୦୨ ଷ୍ଟ୍ରାଇକ୍ ରେଟ୍ ସହ ୨୫୩ ରନ୍ କରିଥିଲେ ।

ଋଷି ଧାଓ୍ୱନ ହେଉଛନ୍ତି ହିମାଚଳ ପ୍ରଦେଶର ଜଣେ ପ୍ରତିଭାବାନ ଅଲରାଉଣ୍ଡର । ସେ ବିଜୟ ହଜାରେ ଟ୍ରଫିରେ ୪୫୮ ରନ୍ କରିବା ସହ ୧୭ ଓ୍ୱିକେଟ୍ ନେଇଥିଲେ ।

ରବି ବିଶ୍ରାଇ

ଆଇପିଏଲରେ ନିଜର ପ୍ରଦର୍ଶନର ଚୟନକର୍ତ୍ତାଙ୍କ ମନ ଜିଣିଛନ୍ତି ରବି ବିଶ୍ରାଇ । ସେ ୨୦୨୧ ଆଇପିଏଲରେ ନିଜ ସ୍ପିନ୍ ଯାଦୁରେ ପ୍ରତିପକ୍ଷ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲେ ।

ଅବେଶ ଖାନ

ଦ୍ରୁତ ବୋଲର ଅବେଶ ଖାନ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ । ତାଙ୍କୁ ଇନ୍ଦୋର ଏକ୍ରପ୍ରେସ୍ ମଧ୍ୟ କୁହାଯାଏ । ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ପାଇଁ ସୁଯୋଗ ମିଳିଥିଲା । ହେଲେ ସେ ପଦାର୍ପଣ କରିପାରି ନଥିଲେ । ଆଗାମୀ ଦିନରେ ସେ ଦଳର ସ୍ଥାନ ପାଇବେ ବୋଲି ଆଶା କରାଯାଉଛି ।

Spread the love