ରାଜ୍ୟରେ ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ନୂଆ ୨୩ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରେ ୧୯ ଜଣ ପୁରୁଷ ୪ ଜଣ ମହିଳା ରହିଛନ୍ତି । ସମସ୍ତଙ୍କ ବୟସ ୮ରୁ ୮୩ ବୟସ । ସର୍ବାଧିକ ୭ ଜଣ କେନ୍ଦୁଝରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪ , ବୌଦ୍ଧରୁ ୨ ଜଣ, ବାଲେଶ୍ୱରରୁ ୧, ଜଗତସିଂହପୁରରୁ ୧, ସମ୍ବଲପୁରରୁ୩, ପୁରୀରୁ ୩, ଅନୁଗୁଳରୁ ୨ ଜଣ ରହିଛନ୍ତି ।

Spread the love