ଆଜିଠୁ ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର ଅନର ବୋଲି ସମ୍ବୋଧନ କରାଯିବନି
କଟକ: ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ ଘଟଣା । ହଟିଲା ଚାଲି ଆସିଥିବା ଇଂରେଜ ଅମଳର ପ୍ରଥା । ଆଜିଠୁ ବିଚାରପତି କିମ୍ବା ଖଣ୍ଡପୀଠଙ୍କୁ ଆଉ ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର ଅନର ବୋଲି ସମ୍ବୋଧନ କରାଯିବନି । ଏହା ବଦଳରେ କେବଳ ସାର ବୋଲି ଆଇନଜୀବୀ ଓ ପକ୍ଷମାନେ ସମ୍ବୋଧନ କରିପାରିବେ । ଶୀତ ଅବକାଶ ପରେ ଆଜିଠୁ ହାଇକୋର୍ଟ ଖୋଲିଛି ।
ଆଜି ପ୍ରକାଶିତ ମାମଲା ତାଲିକା ଉଇକଲି କ୍ଲଜ୍ ଲିଷ୍ଟରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଏଭଳି ନିର୍ଦ୍ଦେଶନାମା ଉଲ୍ଲେଖ ରହିଛି । ସାର ସମ୍ବୋଧନରେ କୋର୍ଟଙ୍କ ମର୍ଯ୍ୟାଦା ଯଥେଷ୍ଟ ବୋଲି ଏଥିରେ କୁହାଯାଇଛି । ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର ଅନର ବୋଲି ଇଂରେଜ ଶାସନ ସମୟରୁ ବ୍ୟବହାର ହେଉଥିଲା।