ଜୁଆ ଆଡ୍ଡା ଉପରେ ସଦର ପୋଲିସ୍‌ର ଚଢ଼ାଉ, ୭ ବାଇକ୍‌ ସହ ୪ ଗିରଫ

ଜୟପୁର, ୦୩/୦୧: ଜୟପୁରରେ ବେଆଇନ୍‌ ଭବେ ଖେଳାଯାଉଥିବା ଜୁଆ ଆଡ୍ଡା ଉପରେ ଜୟପୁର ସଦର ପୋଲିସ ଚଢାଉ କରିଥିବା ଜଣାପଡ଼ିଛି । ପଦ୍ମଗିରି ନିକଟସ୍ଥ ନୀଳଗିରି ଜଙ୍ଗଲରେ ଏହି ଜୁଆ ଆଡ୍ଡା ଲୁଚାଛୁପାରେ ଚାଲିଥିଲା । ତେବେ ଏହି ଘଟଣାରେ ୪ ଜୁଆଡି ଗିରଫ ହୋଇଥିବା ବେଳେ ୭ଟି ମଟର ସାଇକେଲ ସହ ୫,୩୦୦ ଟଙ୍କା ଜବତ କରାଯାଇଛି ।

Spread the love