ମଙ୍ଗଳବାରଠୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା, ଗଣନାକାରୀଙ୍କୁ ଦିଆଗଲା ଟ୍ରେନିଂ

ଟାଙ୍ଗୀ ୩।୧: ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ଅତିଥି ସାଜିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ମଙ୍ଗଳବାର ସକାଳ ୬ଟାରୁ ୧୧ଟା ସମୟ ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯିବ । ସେନେଇ ସୋମବାର ଗଣନାକାରୀମାନଙ୍କୁ ଟ୍ରେନିଂ ଦିଆଯାଇଛି ।  ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବାଲୁଗାଁ-ଚନ୍ଦ୍ରାପୁଟ ସ୍ଥିତ ଆଦ୍ର ଭୂମି ପରୀକ୍ଷଣ ସେଣ୍ଟର ପରିସରରେ ପକ୍ଷୀ ବିଶେଷଜ୍ଞମାନେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ।

ବମ୍ବେ ନାଚ୍ୟୁରାଲ ହିଷ୍ଟ୍ରି ଅଫ୍ ସୋସାଇଟିର ଡାଇରେକ୍ଟର ଡାକ୍ତର ବିଭାଷ ପାଣ୍ଡବଙ୍କ ସମେତ ଅଭିଜ୍ଞ ପକ୍ଷୀ ବିଶାରଦମାନେ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ପକ୍ଷୀ ପ୍ରେମୀ, ପକ୍ଷୀ ସୁରକ୍ଷା ବାହିନୀ, ଓୟୁଏଟିର ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ ।

Spread the love