ଫିଲ୍ମ ‘RRR’ର ଏହି ସିନ୍‌କୁ ସୁଟ୍ କରିବା ପାଇଁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା, ୬୫ ଦିନ ଲାଗିଛି ସୁଟିଂ

ନୂଆଦିଲ୍ଲୀ ୦୩/୦୧:  ଯେବେଠାରୁ S.S. ରାଜାମୌଲିଙ୍କ ପିରିୟଡ୍ ଆକ୍ସନ୍ ଫିଲ୍ମ ‘ RRR’ର ଟ୍ରେଲର ରିଲିଜ୍ ହୋଇଛି, ପ୍ରଶଂସକଙ୍କ ଖୁସିର କୌଣସି ସୀମା ନାହିଁ। ଫିଲ୍ମର ଷ୍ଟାର କାଷ୍ଟକୁ ନେଇ ଅନେକ ଗୁଜବ ସୃଷ୍ଟି ହେଉଛି। ଏହି ମଲ୍ଟି ଷ୍ଟାରର ଫିଲ୍ମରେ ରାମ ଚରଣ ତେଜା, ଜୁନିୟର୍ ଏନଟିଆର୍, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ନଜର ଆସିବେ।

ଦର୍ଶକମାନେ ଉତ୍ସାହର ସହିତ ଏହି ମେଗା ବଜେଟ୍ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ପୁଣି ଥରେ ସାରା ଦେଶରେ କରୋନାର ପ୍ରକୋପ ଦେଖା ଦେଇଛି। ଏହି ଫିଲ୍ମଟି ଜାନୁଆରୀ ୭ ରେ ସମସ୍ତ ପ୍ରେକ୍ଷାଳୟରେ ରିଲିଜ୍ ହେବାର ଥିଲା। ହୁଏତ ନିର୍ମାତା ଫିଲ୍ମର ରିଲିଜକୁ ଆଗକୁ ବଢାଇ ପାରନ୍ତି।

ଫିଲ୍ମର ବଜେଟ୍ ୩୫୦-୪୦୦ କୋଟି ରହିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି, ଫିଲ୍ମର ଇଣ୍ଟରଭାଲ୍ ସିକ୍ୱେନ୍ସକୁ ୬୫ ଦିନରେ ସୁଟିଂ କରାଯାଇଥିଲା। ଏହି ଶୁଟିଂ ପାଇଁ ଦୈନିକ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଏହି କାରଣରୁ ଫିଲ୍ମର ବଜେଟ୍ ୪୦୦ କୋଟି ହୋଇଗଲା।

Spread the love