ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର ୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ୧୦ରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କମିଶନଙ୍କ ସଚିବ ସବୁ  ରାଜନୈତିକ ଦଳମାନଙ୍କୁ ଚିଠି ଲେଖିଛନ୍ତି । ୧୦ତାରିଖ ଦିନ ୧୧ଟା ୩୦ରେ ଗୀତି ଗୋବିନ୍ଦ ସଦନରେ ବୈଠକ ବସିବ । କିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ ।

ସେହିପରି ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ କିପରି କୋଭିଡ ପ୍ରୋଟକଲରେ ନିର୍ବାଚନ ହେବ ସେନେଇ ବି ଆଲୋଚନା ହେବାର ସୂଚନା ରହିଛି । ସେପଟେ ସଂକ୍ରମଣ ସମୟରେ ନିର୍ବାଚନ ହେବା ଉଚିତ କି ନାହିଁ ତାକୁ ନେଇ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଛି । କଂଗ୍ରେସ କହିଛି, ସଂକ୍ରମଣ ବଢିଲେ ନିର୍ବାଚନ ଘୁଞ୍ଚିବା ଦରକାର । ବିଜେପି କହିଛି, ସଂକ୍ରମଣକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଆଲୋଚନା କରି ନିଷ୍ପତ୍ତି ନିଆଯିବା ଉଚିତ । ବିଜେଡିର ମତ ଯଦି ୟୁପି ଭଳି ଦେଶରେ ସାଧାରଣ ନିର୍ବାଚନ ହୋଇ ପାରିବ ପଞ୍ଚାୟତ ନିର୍ବାଚନ କଟକଣା ଭିତରେ କରିବା ଅସୁବିଧା କେଉଁଠି ?

Spread the love