କମିସନରେଟ୍ ପୋଲିସର ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ବ ନେଲେ ଏସ୍‌. ସୁଶ୍ରୀ

ଭୁବନେଶ୍ବର ୪।୧: କଟକ-ଭୁବନେଶ୍ବର କମିସନରେଟ ପୋଲିସର ଟୁଇନସିଟି ପାଇଁ କାର୍ଯ୍ୟରେ ଯୋଗଦେଲେ ଆଇପିଏସ ଏସ ସୁଶ୍ରୀ । ସୁଶ୍ରୀ ଟ୍ରାଫିକ୍ ଡିସିପି ଭାବେ ମଙ୍ଗଳବାର ଦାଇତ୍ବ ଗ୍ରହଣ କରିଛନ୍ତି । ନୂଆ ଆଇପିଏସ ଟୁଇନସିଟିର ଟ୍ରାଫିକକୁ ସଜାଡିବା ପାଇଁନୂ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସ୍ପିଡ ବାଇକ, ଆବାଜ ସାଇଲେନସର, ରଙ୍ଗ ଡ୍ରାଇଭିଂ ସହିତ ବିନା ହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧୁନଥିବା ଚାଳକଙ୍କ ଉପରେ ହେବ ଆକ୍ସନ । ରାଜଧାନୀର ପଳାସୁଣୀ, ପଟିଆ ଓ ଅନ୍ୟ କିଛି ସ୍ଥାନରେ ହେଉଥିବା ଟ୍ରାଫିକ୍ ସମସ୍ୟା ଉପରେ ନଜର ଦିଆଯିବ ବୋଲି କହିଛନ୍ତି ନୂଆ ଟ୍ରାଫିକ୍ ଡିସିପି ।

Spread the love