ଘରେ କେଉଁଠି ରହିବେ ତପସ୍ୱିନୀ ? ଉଠିଲା ପ୍ରଶ୍ନ, ଶ୍ୱଶୁରଙ୍କ ନିଷ୍ପତ୍ତିରେ ଅମଙ୍ଗ ବୋହୂ

ବ୍ରହ୍ମପୁର, ୦୪/୦୧: ଶ୍ବଶୁର ଘରେ ବୋହୂ ତପସ୍ବିନୀ ରହିବାକୁ ଜିଲ୍ଲା କୋର୍ଟର ଆଦେଶ ପରେ ଏବେ ଘରେ ପ୍ରବେଶ କରିବାକୁ ବିଧି ବ୍ଯବସ୍ଥା ଆରମ୍ଭ ହୋଇଛି । ତପସ୍ବିନୀଙ୍କ ଓକିଲ, ପ୍ରଶାସନିକ ଅଧିକାରୀ,  ବୈଦ୍ଯନାଥପୁର ପୋଲିସ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ,  ସୁମିତଙ୍କ ବାପା ପ୍ରମୁଖ ଆଲୋଚନା କରୁଛନ୍ତି । ତପସ୍ବିନୀ ଘରର କେଉଁଠି ରହିବେ ସେ ନେଇ ଆଲୋଚନା ଚାଲିଛି।

ଘରର ଉପର ମହଲାରେ ତପସ୍ବିନୀଙ୍କୁ ରଖିବା ପାଇଁ ସୁମିତଙ୍କ ବାପା ଚାହୁଁଥିବା ବେଳେ ତପସ୍ବିନୀ ସେଠାରେ ରହିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ତପସ୍ବିନୀ ଘରର ଯେଉଁ ବେଡ୍ ରୁମ୍ ରେ ରହୁଥିଲେ ସେହି ରୁମ୍  ରେ ରହିବାକୁ ଚାହୁଁନାହିଁ ବୋଲି କହିଛନ୍ତି । ଏହାକୁ ନେଇ ଏବେ ତପସ୍ବିନୀ ଓ ସୁମିତଙ୍କ  ପରିବାରବର୍ଗ ମଧ୍ୟରେ ତୁତୁ ମେଁ ମେଁ ହେଉଥିବା ଦେଖିବାକୁ ମିଳିଛି । ସେପଟେ ସୁମିତ୍ କେଉଁଠି ଅଛନ୍ତି ଜାଣିନଥିବା ସୁମିତଙ୍କ ବାପା କହିଛନ୍ତି । ସୁମିତ୍ ପରାମର୍ଶ ଗ୍ରହଣ କରିବ କି ନାହିଁ ଜାଣିନଥିବା ତାଙ୍କ ବାପା ପ୍ରମୋଦ ସାହୁ କହିଛନ୍ତି । ଏପଟେ ତପସ୍ବିନୀଙ୍କୁ ଶ୍ବଶୁର ଘରେ ସୁବ୍ଯବସ୍ଥିତ ଭାବେ ରଖାଯିବ ବୋଲି ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ କହିଛନ୍ତି ।

Spread the love