ରାଜ୍ୟ ବିଜେପି ତରଫରୁ ପୂର୍ବତନ ନୈାସେନା ଅଧିକାରୀ ଭାଇସ୍ ଆଡମିରାଲ୍ ହରିଲାଲ୍ ଶର୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ଭୁବନେଶ୍ୱର.୦୪/୦୧: ପୂର୍ବତନ ନୈାସେନା ଅଧିକାରୀ ଭାଇସ୍ ଆଡମିରାଲ୍ ୧୦୨ ବର୍ଷୀୟ ହରିଲାଲ୍ ଶର୍ମାଙ୍କ
ଗତ କାଲି ଭୁବନେଶ୍ୱରସ୍ଥିତ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି । ରାଜ୍ୟ ବିଜେପି ତରଫରୁ ସ୍ୱର୍ଗତଃ ଶର୍ମାଙ୍କୁ
ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।
ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୋନାଲୀ
ସାହୁ, ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ୍ କୁମାର ଦାସ, ରାଜ୍ୟ ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ସଂଯୋଜକ ଡ.ରବି ନାରାୟଣ
ବେହେରା ପ୍ରମୁଖ ସ୍ୱର୍ଗତଃ ଶର୍ମାଙ୍କ ବାସଭବନକୁ ଯାଇ ପାର୍ଥୀବ ଶରୀରର ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ
ଜ୍ଞାପନ କରିଛନ୍ତି ।
୧୯୨୦ ମସିହାରେ ଜନ୍ମିତ ଭାଇସ୍ ଆଡମିରାଲ୍ ସ୍ୱର୍ଗତଃ ହରିଲାଲ୍ ଶର୍ମା, (ଚଠଝଗ) ଭାରତ – ପାକିସ୍ତାନ ଯୁଦ୍ଧରେ
ଫ୍ଲାଗ୍ ଅଫିସର କମାଣ୍ଡିଂ ଇଷ୍ଟର୍ନ ଫ୍ଲାଇଟ୍ (ୠଙଉଋୠ) ଭାବରେ କାର୍ଯ୍ୟ କରିଥିବା ସ୍ୱର୍ଗତଃ ଶର୍ମା ୧ମାର୍ଚ୍ଚ ୧୯୭୭ ରୁ ୨
ଫେବୃଆରୀ ୧୯୭୮ ପର୍ଯ୍ୟନ୍ତ ଇଷ୍ଟର୍ଣ୍ଣ ନୌସେନା କମାଣ୍ଡ୍ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ ।

Spread the love