ନୂଆଯୁଗର କ୍ୟାରିୟର ପାଇଁ ଯୁବପିଢିଙ୍କ ଦକ୍ଷତା ବିକାଶକରିବା ମୋଦି ସରକାରଙ୍କ ପ୍ରାଥମିକତା-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନିଜର ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀଙ୍କୁ ସାକ୍ଷାତ୍ କରିବା ସହ ଶିକ୍ଷା କ୍ଷେତ୍ର ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆନ୍ଧ୍ରପ୍ରଦେଶରେ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି) କୁ କାର୍ଯ୍ୟକାରୀ କରିବା ଏବଂ ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରକୁ ଅଧିକ ମଜଭୂତ କରିବା ଦିଗରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଯୁବପିଢିଙ୍କ ସର୍ବାଙ୍ଗୀନ ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ପ୍ରାଥମିକତାରେ ରହିଛି। ନୂଆଯୁଗର କ୍ୟାରିୟର ପାଇଁ ଯୁବପିଢିଙ୍କ ଦକ୍ଷତା ବିକାଶ କରିବା ମୋଦି ସରକାରଙ୍କ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ତଥା ଯୁବପିଢିଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାଉପରେ ଗୁୁରୁତ୍ୱ ଦିଆଯାଉଛି। ଆନ୍ଧ୍ରର ଯୁବପିଢ଼ିଙ୍କୁ ନୂତନ ଦକ୍ଷତା ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ଶ୍ରୀ ପ୍ରଧାନ ଆଲୋଚନାକାଳରେ ଗୁରୁତ୍ୱାରୋପ କରିଛନ୍ତି।

Spread the love