କୋଣାର୍କ ଅଞ୍ଚଳବାସୀ ଚିନ୍ତାରେ,ପ୍ରଥମ ଓମିକ୍ରନ ଚିହ୍ନଟ

 ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ରେ ରେ ତୃତୀୟ ଲହର କୋଭିଡି ” ଓମିକ୍ରନ ” ପ୍ରଥମ ପ୍ରବେଶ କୁ ନେଇ ସମଗ୍ର କୋଣାର୍କ ଅଞ୍ଚଳବାସୀ ଚିନ୍ତାରେ ।ପ୍ରତ୍ୟେକ  ଦିନ ଏଠାକୁ ସୂର୍ଯ୍ୟମନ୍ଦିର ପରିଦର୍ଶନ ରେ ସହ ସହ ପର୍ଯ୍ୟଟକ ବିଭିନ୍ନ ରାଜ୍ୟ ଓ ଦେଶ ବିଦେଶ ରୁ ଆସିଥାନ୍ତି ।ପର୍ଯ୍ୟଟକଙ୍କ ଆଗମନ ଓ କୋଣାର୍କ ରେ ପ୍ରଥମ ‘ଓମିକ୍ରନ’ ପ୍ରବେଶ ଖବର କୁ ନେଇ ଏବେ ଚିନ୍ତାରେ କୋଣାର୍କ ବାସୀ। ଜଣେ  କୋର୍ଟ କର୍ମଚାରୀ ଙ୍କ ଠାରେ ପ୍ରଥମେ ଏହି କରୋନା ଭାଇରସ ଥିବା ଡାକ୍ତରୀ ପରୀକ୍ଷା ରୁ ଜଣାପଡିଛି ।ପ୍ରାଥମିକ ଭାବେ ଥଣ୍ଡା, ଜ୍ୱର ଲାଗି ରହିଥିବା କାରଣ ରୁ ସେ ଦୀର୍ଘ ଦିନ ଧରି ଛୁଟି ରେ ରହିଥିଲେ ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ରେ ପରିବର୍ତ୍ତନ ନହେବା କାରଣ ରୁ ପରେ ସେ କୋଭିଡ ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ରୁ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି।ଏ ନେଇ କୋଣାର୍କ କୋର୍ଟ ପକ୍ଷରୁ ପରିସର ଓ କାର୍ଯ୍ୟାଳୟ କୁ ସମ୍ପୂର୍ଣ ଭାବେ ସାନିିଟାଇଜ଼ କରାଯାଇଛି ।ତୃତୀୟ ଲହର ଓମିକ୍ରନ ର ପ୍ରବେଶ କୁ ନେଇ ସଚେତନ ହେବା ସହିତ କୋଭିଡି ର ସମସ୍ତ ଗାଇଡିଲାଇନି ପାଳନ ପୂର୍ବକ ସମସ୍ତ କର୍ମଚାରୀ ଓ ବାର ର ସମସ୍ତ ଓକିଲ ମାସ୍କ ପିନ୍ଧି କୋର୍ଟ କାର୍ଯ୍ୟ କରୁଥିବା ବାର ସଭାପତି ଶ୍ରୀଜୟ ବରାଳ ପ୍ରକାଶ କରିଛନ୍ତି ।

Spread the love