କଳମ ଶାଗର ଔଷଧୀୟ ଗୁଣ

ଆମେ ବିଭିନ୍ନ ପ୍ରକାରର ଶାଗ ଖାଇଥାଉ ଯେପରିକି କୋଶଳା ଶାଗ, ମେଥି ଶାଗ, ପାଳଙ୍ଗ ଶାଗ । ସେଥିମଧ୍ୟରୁ ଏପରି କିଛି ଶାଗ ରହିଛି ଯାହା ଶରୀର ପାଇଁ ଖୁବ ଉପକାରୀ ।ତାହା  ହେଲା କଲମ ଶାଗ। ଏହି ଶାଗକୁ ଆମେ ସାଧାରଣ ଭାବରେ ଗାଁ ଗହଳି ରେ ପୋଖରୀ ହୁଡାରେ ଦେଖିବାକୁ ପାଇଥାଉ ।ଅନେକ ଲୋକ ଏହାକୁ ଅଣଦେଖା କରି ଥାଆନ୍ତି । କିନ୍ତୁ ଏଥିରେ ରହିଛି ଅନେକ ସ୍ୱାସ୍ଥ୍ୟକର ଲାଭ । ଏହାକୁ ଇଂରାଜୀ ରେ ୱାଟର ସ୍ପିନଚ କହି ଥାଆନ୍ତି ।କଳମ ଶାଗର ଉପକାରୀ  ଗୁଣ ହେଉଛି –

କଳମ ଶାଗ ଶରୀରରେ ରକ୍ତ ହୀନତାକୁ ଦୂର କରିଥାଏ । ଏଥିରେ ପ୍ରଚୁର ମାତ୍ରାରେ ଆଇରନ ଭରି ହୋଇ ରହିଛି  ଯାହା ରକ୍ତ ହୀନତାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ପାଚନ କ୍ରିୟାକୁ ଠିକ ରଖିବା ପାଇଁ କଳମ ଶାଗ ର ଗୋଟିଏ ମହତ୍ଵପୁର୍ଣ ଭୂମିକା ରହିଛି । ଏହି ଶାଗରେ ଫାଇବର ର ମାତ୍ରା ପ୍ରଚୁର  ପରିମାଣରେ ରହିଥାଏ । ତା ସହିତ ଏହି ଫାଇବର ମେଟାବୋଲିକ ସ୍ତରକୁ ମଧ୍ୟ ଉନ୍ନତ କରିଥାଏ । ଯେଉଁ କାରଣରୁ ଆପଣ ଯାହା କିଛି ବି ଖାଇ ଥାଆନ୍ତି ସହଜରେ ହଜମ ହୋଇ ଯାଇଥାଏ ।

କଳମ ଶାଗ କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରିଥାଏ । ଯେଉଁ କାରଣରୁ ଆପଣ ହାର୍ଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ରୁ ଦୁରେଇ ରହି ଥାଆନ୍ତି । ଏଥିରେ ଥିବା ମଗ୍ନେଶୀୟମ ବ୍ଲଡ଼ ବେଶେଲସ କୁ ସୁସ୍ଥ ରଖିଥାଏ ଓ ରକ୍ତ ସଂଚାଳନ ମଧ୍ୟ ଭଲରେ ହୋଇଥାଏ ।

କଳମ ଶାଗ ଲିଭର କୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । ଏହାର ଅର୍ଥ ଲିଭର ରୁ ବର୍ଜ୍ୟ ବସ୍ତୁକୁ ବାହାର କରି ଲିଭର କୁ ସୁସ୍ଥ ରଖିଥାଏ । ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଲିଭର କୁ ଏଞ୍ଜାଇମ କୁ ଆକ୍ଟିଭେଟ କରିଥାଏ, ଯେଉଁ କାରଣରୁ ଆପଣଙ୍କ ଲିଭର ସୁସ୍ଥ ରହିଥାଏ ।

Spread the love