ପୁରୀ ଅବକାରୀ ବିଭାଗର ଚଢ଼ାଉ, ୭ ଗିରଫ

ପୁରୀ, ୦୬/୦୧: ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ, ଭାଙ୍ଗ ଜବତ କରାଯାଇଛି। ପୁରୀ ସହରର ନରେନ୍ଦ୍ରକୋଣ, ସଦର ଓ ପିପିଲି ଅଞ୍ଚଳରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୧୬୨୦ ଲିଟର ଦେଶୀ ମଦ, ୬ ଲିଟର ବିଦେଶୀ ମଦ, ୨୧ କେ.ଜି ଭାଙ୍ଗ ଜବତ କରାଯାଇଥିବା ବେଳେ ୧୧୦୦ ଲିଟର ପୋଚ ନଷ୍ଟ କରାଯାଇଛି।

Spread the love